ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ଥାନା ଠାରୁ ୩ ଶହ ମିଟର ଦୂରରେ ଥିବା ଗଦାଧରପୁର ଗ୍ରାମର ସୁବାଷ ଖଣ୍ଡୁଆଳ ଙ୍କ ଘରୁ ବିଳମ୍ବିତ ରାତିରେ ଚୋରୀ । ସୂଚନା ଥାଉକି ଘର କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ ସୁନା ଓ ଟଙ୍କା ଲୁଟି ନେଇଥିବା ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ସୁବାଷ ଖଣ୍ଡୁଆଳ ଓ ତାଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିଲେ , ଏହାର ସୁଯୋଗ ନେଇ ଲୁଟେରା ଘର କବାଟ ଭାଙ୍ଗି ଆଲମାରୀ ଭିତରୁ ସୁନା ହାର, କାନଫୁଲ ଏବଂ ଶେଯ ତଳେ ଥିବା ୫ ହଜାର ଏବଂ କୁମ୍ପା ଭିତରେ ଥିବା ଟଙ୍କା ଲୁଟି ନେଇ ଯାଇଛନ୍ତି । ଅଭିଯୋଗ ପାଇ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି ।

