ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରେ ମଣ୍ଡି ଖୋଲିବା ସତ୍ତ୍ୱେ ଚାଷୀ ଙ୍କ ର ମଣ୍ଡି ପ୍ରତି ଆଗ୍ରହ ନାହିଁ । ପଡୋଶୀ ଆନ୍ଧ୍ର ବେପାରୀ ଓ ମିଲର ଗ୍ରାମରେ ପଶି ଧାନ କ୍ରୟ କରି ଓ ସାଙ୍ଗେ ସାଙ୍ଗେ ଟଙ୍କା ଦେଇ ଟ୍ରକ ସାହାଯ୍ୟ ରେ ନେଇ ଯାଉଛନ୍ତି ଧାନ । ଚାଷୀ କହିବା କଥା ହେଲା 83 kg କୁ ପନ୍ଦର ଶହ ଟଙ୍କା ଦେଇ ନେଉଛନ୍ତି । ଘର ପାଖରେ ପରିବହନ ଖର୍ଚ୍ଚ ପଡୁନି , ଲୋଡିଙ୍ଗ ଅନ ଲୋଡିଙ୍ଗ ଖର୍ଚ୍ଚ ପଡୁନି ! କଟଣୀ ଛଟନି ନାହିଁ , ଧାନ ବିକ୍ରି ବଟା ହୋଇ ପାରୁଛି ବୋଲି ଚାଷୀ ପ୍ରକାଶ କରୁଛନ୍ତି । ଅପର ପକ୍ଷ ରେ ମଣ୍ଡି କୁ ନେଲେ ପରିବହନ ଖର୍ଚ୍ଚ, ଲୋଡିଙ୍ଗ ଓ ଅନ ଲୋଡିଙ୍ଗ , ସୂତିଲି, ଅଖା ର ଟଙ୍କା ସହ ବସ୍ତା ପିଛା କିଏ 2 kg ତ କିଏ 4 kg କାଟୁଛି ! ମିଲର ଧାନ ଭଲ ନାହିଁ କହିବାରୁ , ଚାଷୀ ମିଲର ଠାରୁ ଶୋଷଣ ର ଶିକାର ହଉଛନ୍ତି ! ପୁନଶ୍ଚ ଚାଷୀ ର ଧାନ ର ଟଙ୍କା ଠିକ ସମୟରେ ଆକାଉଣ୍ଟ ରେ ପଡୁନାହିଁ । ଚାଷୀ ମିଲର ଓ ସମବ।ୟ ସମିତି ବୁଲି ହଇରାଣ ହେବାକୁ ପଡୁଛି । ଏବିଷୟରେ ଗୁହାରି କରିଲେ କୌଣସି ଅଧିକାରୀ ସମସ୍ୟା ସମାଧାନ କରି ପାରୁନାହାନ୍ତି । ସମସ୍ତ ଙ୍କ ପାଖରୁ ହଇରାଣ ହରକତ ଶୋଷଣ ହେବା ଅପେକ୍ଷା ଆନ୍ଧ୍ର ବେପାରୀ ଙ୍କୁ ହାତ ଟେକି ଦେବା ବରଂ ଭଲ ବୋଲି ଚାଷୀଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି । ଅନ୍ୟପଟେ ସରକାର ସବୁ ସୁବିଧା କରୁଥିଲେ ମଧ୍ୟ ସମବାୟ , ମିଲର , ଯୋଗାଣ ବିଭାଗ ର ପଶା ପାଲିରେ ପେଶୀ ହୋଇ ଧାନ ମଣ୍ଡି କୁ ନେବ କୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ସମସ୍ତେ ଜାଣିଛନ୍ତି ମଣ୍ଡି କିପରି ପରିଚାଳନା ହଉଛି ।
ମଣ୍ଡି କୁ ଭରସା କରୁ ନାହାନ୍ତି ଚାଷୀ : ଆନ୍ଧ୍ର ବେପାରୀ ଙ୍କୁ ବିକ୍ରି କରୁଛନ୍ତି ଧାନ !!!

