ନୟାଗଡ଼ ଜିଲ୍ଲା ଫତେଗଡ଼ ଆସିବେ ଗୋବର୍ଦ୍ଧନ ପୀଠ ୧୪୫ ତମ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ଵତୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଫତେଗଡ଼ ଆସିବେ ଗୋବର୍ଦ୍ଧନ ପୀଠ ୧୪୫ ତମ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ଵତୀ । ଏନେଇ ଆଜି ଗୋବର୍ଦ୍ଧନ ପୀଠ ରାଷ୍ଟ୍ରୀୟ ମାର୍ଗଦର୍ଶକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଫତେଗଡ଼ ଶ୍ରୀରାମ ପରିଷଦ ପକ୍ଷରୁ ହୋଟେଲ ନୀଳମାଧବଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୋବର୍ଦ୍ଧନ ପୀଠ ପ୍ରବାସୀ ସମିତି ପ୍ରଭାରୀ ସୌରୀ ରଞ୍ଜନ ପଣ୍ଡା, ସଚିବ ବସନ୍ନ ରଥଶର୍ମା, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ । ଫତେଗଡ଼ ଶ୍ରୀରାମ ପାହାଡ଼ ଉପରେ ନୂତନ ଭାବେ ବଉଳମାଳ ପଥରରେ ଶ୍ରୀରାମ ମନ୍ଦିର ନିର୍ମାଣ କରାଯାଇଛି ।ଫତେଗଡ଼ ଗ୍ରାମବାସୀ ତଥା ଶ୍ରୀରାମ ପରିଷଦ ସଭାପତି ବେଣୁଧର ପ୍ରଧାନ ଏହାର ମୁଖ୍ୟ ତତ୍ବାବଧାରକ ରହିଛନ୍ତି । ଏହି ସୁନ୍ଦର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ତିଥ୍ ମୁତାକକ ୧୭ ତାରିଖରୁ ଆରମ୍ଭ ହେବ । ୧୭ ତାରିଖରେ ଅଙ୍କୁରାରୋପଣ କରାଯାଇ ପରମ୍ପରା ଅନୁସାରେ କାର୍ଯ୍ୟ କରାଯିବ ଏଥନିମନ୍ତେ ୨୦ ତାରିଖରେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପୁରୀରୁ ନୟାଗଡ଼ ଗସ୍ତରେ ଆସିବେ । ଫତେଗଡ଼ ଗ୍ରାମରେ ପୂର୍ବ ନିଦ୍ଧାରିତ ସ୍ଥାନରେ ଶଙ୍କରାଚାର୍ଯ୍ୟ ଅଧୃଷ୍ଠିତ ହେବେ । ୨୦ ତାରିଖ ସଂଧ୍ୟାରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ୨୧ ତାରିଖରେ ଶ୍ରୀରାମ ମନ୍ଦିର ଯଜ୍ଞ ମଣ୍ଡପ ପରିଦର୍ଶନ ସହ ଗୁରୁପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ ଉକ୍ତଦିନ ଶ୍ରୀରାମଙ୍କ ବିଗ୍ରହକୁ ପ୍ରଥମେ ଶଙ୍କରାଚାର୍ଯ୍ୟ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଏହା ପରେ ଫତେଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଧର୍ମସଭାରେ ଶଙ୍କରାଚାର୍ଯ୍ୟ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ରାଷ୍ଟ୍ରୀୟ ମାର୍ଗଦର୍ଶକ ପଣ୍ଡିତ ମିଶ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାପୁର ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଭରତ କୁମାର ବେହେରା ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *