ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଇସ୍ପାତ କାରଖାନା ନିମନ୍ତେ ଜନଶୁଣାଣୀ । ମେସର୍ସ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ ଦ୍ୱାରା ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଠାରେ ପ୍ରସ୍ତାବିତ ଷ୍ଟିଲ କମ୍ପାନୀ ପାଇଁ ଆଜି ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣି ଶେଷ ହୋଇଛି । ବାର୍ଷିକ ୭ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସମନ୍ବିତ ଇସ୍ପାତ କାରଖାନାର ସ୍ଥାପନା ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ପାରାଦୀପ ମୁନିସପାଲଟି କଲ୍ୟାଣମଣ୍ଡପ ପ୍ରାଙ୍ଗଣରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଓ ଜଗତସିଂହପୁର ଏବଂ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ନେଇ ଏହି ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଲୋକ ପ୍ରସ୍ତାବିତ କମ୍ପାନୀକୁ ସମର୍ଥନ କରିଥିବା ବେଳେ କିଭଳି ବିସ୍ଥାପିତ ଲୋକଙ୍କ ସମସ୍ୟା ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦିଗରେ କମ୍ପାନୀ ଓ ପ୍ରଶାସନ ଚେଷ୍ଟିତ ହେବ ତାହାକୁ ନେଇ ଗୁରୁତ୍ୱାରୋପ କରିଥଲେ ଅନେକ ଲୋକ । ସ୍ଥାନୀୟ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବାକୁ ମଧ୍ଯ ଆଜି ଜନ ଶୁଣାଣିରେ ନିଜ ମତ ରଖିଥିଲେ ।
ଇସ୍ପାତ କାରଖାନା ନିମନ୍ତେ ଜନଶୁଣାଣୀ !!!

