ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ରେ ଜାତୀୟ ଯୁବ ଦିବସ ପାଳିତ, ମାରାଥନରେ ସାମିଲ ହେଲେ ଶହ ଶହ ଛାତ୍ରଛାତ୍ରୀ l ଜାତୀୟ ଯୁବ ଦିବସ ଅବସରରେ ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ରେ ଆୟୋଜିତ ହୋଇଯାଇଛି ମାରାଥନ l ସକାଳୁ ସକାଳୁ ଏଥିରେ ସାମିଲ ହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ l ବିବେକାନନ୍ଦଙ୍କ ଜୟନ୍ତୀକୁ ସାରା ଦେଶ ପାଳୁଛି ଜାତୀୟ ଯୁବ ଦିବସ ଭାବରେ l ନୟାଗଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ ଯୋଗଦେଇ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ l ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ମାରାଥନ ଦୈଡ଼ ହୋଇଥିଲା l ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ବିବେକାନନ୍ଦଙ୍କ ଆଦର୍ଶରେ ଛାତ୍ର ଛାତ୍ରୀ ଅନୁପ୍ରାଣିତ ହେବା ତାଙ୍କ ଆଦର୍ଶରେ ଯୁବପିଢ଼ି ବ୍ରତୀ ହୋଇ ଦେଶ ମାତୃକାର ସେବା କରିବାକୁ ଆଗେଇ ଆସିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ l
ନୟାଗଡ଼ ରେ ଜାତୀୟ ଯୁବ ଦିବସ ପାଳିତ : ମାରାଥନରେ ସାମିଲ ହେଲେ ଶହ ଶହ ଛାତ୍ରଛାତ୍ରୀ !!!

