୧୨ ଦିନରେ ପହଞ୍ଚିଲା ଆଇଓଏସ ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ୧୨ ଦିନରେ ପହଞ୍ଚିଲା ଆଇଓଏସ ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା ! ଆଠ ଦଫା ଦାବିରେ କମ୍ପାନୀ ଫାଟକ ଆଗରେ ଶ୍ରମିକଙ୍କ ଧାରଣା । ଶୀତ କାକର ରେ ବିତୁଛି ଦିନ ପରେ ଦିନ , ଶ୍ରମିକ ସହ ବସିଛନ୍ତି ପରିବାର ଲୋକେ , ଶ୍ରମିକ ମାନଙ୍କ ଦୁଃଖ କେବେ ଶୁଣିବେ କମ୍ପାନୀ କତୃପକ୍ଷ ! ଦାବି ନଶୁଣିଲେ ଆତ୍ମାହୁତି ଦେବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କଲେ ଶ୍ରମିକ । ପାରାଦୀପ ତୈଳ ବିଶୋଧନାଗାର ଫାଟକ ଆଗରେ ଆଠ ଦଫା ଦାବି ନେଇ ୧୨ ଦିନ ହେବ ଧାରଣା ରେ ବସିଛନ୍ତି ଶ୍ରମିକ । ପେଟ୍ରୋଲିୟମ୍ ପ୍ରଡକ୍ଟସ୍ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିଅର୍ସ ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷରୁ ଶହ ଶହ ଶ୍ରମିକ ଏହି ଧାରଣା ରେ ସାମିଲ ହୋଇଛନ୍ତି । ଦୀର୍ଘ ବର୍ଷ କାମ କଲା ପରେ ଶ୍ରମିକ ମାନଙ୍କୁ ପଦୋନ୍ନତି ନଦେବା , ଶ୍ରମିକ ମାନଙ୍କୁ ବିନା କାରଣରେ ଛଟେଇ କରିବା ବନ୍ଦ କରିବା ଓ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା , କାର୍ଯ୍ୟ ରେ ଶ୍ରମିକ ମାନଙ୍କ ମୃତ୍ୟୁ ହେଲେ ପରିବାର ର ଜଣଙ୍କୁ ନିଯୁକ୍ତି ଦେବା ସହ ୧୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା , ଶ୍ରମିକ ମାନଙ୍କୁ ରହିବା ପାଇଁ ଜମି ପଟ୍ଟା ପ୍ରଦାନ କରିବା , ଅବସର ନେବା ପରେ ଗ୍ରାଚୁଇଟ୍ ପ୍ରଦାନ କରିବା ପାଇଁ ଶ୍ରମିକ ମାନେ ଅଡି ବସିଛନ୍ତି । ଗତକାଲି ଜଣେ ଶ୍ରମିକ ଅସୁସ୍ଥ ହୋଇ ଯିବାରୁ ଆଇଓସିଏଲ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଆଇଓସିଏଲ ଟାଉନସିପ୍ ମେଡ଼ିକାଲକୁ ନିଆଯାଇଥିଲା , ସେଠାର ଶ୍ରମିକଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ! ଯେ ପର୍ଯ୍ୟନ୍ତ କମ୍ପାନୀ ମ୍ୟାନେଜମେଣ୍ଟ ଏସବୁ ଦାବି ପୂରଣ ନକରିଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକ ମାନେ କହିଛନ୍ତି । ଏଠି ପ୍ରଶ୍ନ ଉଠେ ୧୨ ଦିନ ଧରି ଶୀତ କାକର ରେ ପଡି ରହିଥିବା ଶ୍ରମିକଙ୍କ କଥା କେବେ ବୁଝିବେ କମ୍ପାନୀ କତୃପକ୍ଷ ।

Leave a Reply

Your email address will not be published. Required fields are marked *