ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବାବା ସିଂହନାଥ ପୀଠ ରେ ପାଳିତ ହେଉଛି ମକର ମେଳା । ଗତ ବର୍ଷ ସିଂହନାଥ ଙ୍କ ପୀଠରେ ମକରମେଳାରେ ଯେଉଁ ଅଘଟଣ ଘଟିଥିଲା ତାହାର ପୁନରାବୃତ୍ତି ନହେବା ପାଇଁ ବ୍ୟାପକ ବ୍ୟବସ୍ଥା ସହିତ 11 ପ୍ଳାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ତେବେ ଆଜି ଭୋର 4 ଘଟିକା ସମୟ ରେ ମନ୍ଦିରର ପହଡ଼ ଖୋଲିଥିଲା । ଠାକୁରଙ୍କ ନୀତିକାନ୍ତି ସମାପନ ପରେ ଭୋର 6 ଟା ସମୟ ରେ ସାଧାରଣ ଭକ୍ତ ବାବା ଙ୍କୁ ଦର୍ଶନ କରିଥିଲେ । ପୀଠ କୁ ଭକ୍ତ ମାନେ ଯିବା ପାଇଁ ସେତୁ ରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଟ ବ୍ୟବସ୍ତା କରାଯାଇଛି। ଭକ୍ତ ମାନେ ଗୋଟିଏ ପଟେ ଯିବେ ଏବଂ ଗୋଟିଏ ପଟେ ଫେରିବା ପାଇଁ ସମସ୍ତ ସୁବିଧା କରାଯାଇଛି। ଧୀରେ ଧୀରେ ଲୋକଙ୍କ ସମାଗମ ବଢୁଛି । ଯାହା ଆକଳନ କରାଯାଉଛି ପାଖା ପାଖି ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବ । ଶାନ୍ତି ଶୃଙ୍ଖଳା ସହ ଭକ୍ତ ମାନେ ବାବା ଙ୍କୁ ଦର୍ଶନ କରିବା ସହ ମେଳାର ମଜା ନେବା ପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ।
ସିଂହନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ : 11 ପ୍ଲାଟୁନ ଫୋର୍ସ ମୁତୟନ !!!

