ନିର୍ମାଣର ଦିନ କେଇଟା ନ ବିତୁଣୁ ରାସ୍ତା ପାଲଟିଛି ମରଣଯନ୍ତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିନ କେଇଟା ନ ବିତୁଣୁ ଏବେ ଲକ୍ଷାଧିକ ଟଙ୍କା ରେ ନିର୍ମାଣ ହୋଇଥିବା ରାସ୍ତା ପାଲଟିଛି ମରଣଯନ୍ତା ! ଏ ଦୃଶ୍ୟ କେଉଁ ଉପାନ୍ତ ଅଂଚଳ ର ନୁହେଁ ଏହା ଖୋଦ କଟକ ଜିଲ୍ଲା ବାଙ୍କୀ ସହର ମଧ୍ୟରେ ରହିଥିବା ଏନଏସି କାର୍ଯ୍ୟାଳୟ ର ପଛପାର୍ଶ୍ଵ ୧୧ ନମ୍ବର ୱାର୍ଡ ରାସ୍ତା ର ଅବସ୍ଥା ! ଏହା ଖୋଦ ଉପ ନଗରପାଳ ସନ୍ତୋଷ ରଣା ଙ୍କ ୱାର୍ଡ ର ରାସ୍ତା ଅବସ୍ଥା ! କିଛି ଦିନ ତଳେ ରାସ୍ତା ର ମରାମତି ପାଇଁ ଫେବର ବ୍ଲକ ପଡି ରାସ୍ତା କାମ ସମ୍ପନ୍ନ ହୋଇଥିଲା , କିନ୍ତୁ ରାସ୍ତା ମରାମତି କାମ ଏତେ ନିମ୍ନ ମାନର ହୋଇଥିଲା ଯେ , ରାସ୍ତା ରୁ ଉଠିସାରିଛି ପଡ଼ିଥିବା ଫେବର ବ୍ଲକ ! ଏହା ସହିତ ଅଧାପନ୍ତରିଆ କାମ ଛାଡି ଚମ୍ପଟ ମାରିଛି ଠିକାଦାର ! ଡ୍ରେନ ର ମଇଳା ପାଣି ରାସ୍ତା ଉପରେ ଜମି ରହୁଛି , ଯେଉଁଥି ପାଇଁ ମଶା ଡାଉନ୍ସ ଙ୍କ ବଂଶ ବୃଦ୍ଧି ପାଉଛି ! ରାସ୍ତା ଘାଟ ଖାଲ ଖୁମା ଯୋଗୁ ଘଟୁଛି ପ୍ରତ୍ୟକ ଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା ! ଉଚ୍ଚ ସ୍ତରୀୟ ତଦନ୍ତ ସାଙ୍ଗକୁ ପୁନଃ ରାସ୍ତା ମରାମତି ପାଇଁ ଦାବି ଜୋର ଧରିବାରେ ଲାଗିଛି !

Leave a Reply

Your email address will not be published. Required fields are marked *