ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜକ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ପରିପେକ୍ଷୀରେ ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ପରିସରରେ ନୁଆ-ଓ-ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ଓଡ଼ିଶା ଭାଷା ସାହିତ୍ୟ ବିଭାଗ ମୁଖ୍ୟ , ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାର ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକା ଡାକ୍ତର ସୁଲୋଚନା ଦାସ ଙ୍କ ସମେତ ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ସୁଚିଶ୍ମିତା ମହାନ୍ତି ଏବଂ ସମସ୍ତ ପ୍ରଫେସର ଉପସ୍ଥିତ ରହି ଓଡ଼ିଆ ଭାଷା , ସାହିତ୍ୟ, ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟତଃ ଆଜିର ସମାଜ ଉପରେ ସାହିତ୍ୟ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହାକୁ ଛାତ୍ର ଛାତ୍ରୀ ମାନେ ସଠିକ୍ ଢଙ୍ଗ ରେ ହୃଦୟଙ୍ଗମ କରିବା ସହ କାର୍ଯ୍ୟ ରେ ଅନୁପ୍ରାଣିତ ହେଇ ଆଗକୁ ବଢ଼ାଇବା ଦରକାର ବୋଲି ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଉପସ୍ଥାପକ ମାନେ ନିଜ ନିଜ ଶୈଳୀ ରେ ମତ ବ୍ୟକ୍ତ କରିଥଲେ ।
ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ପରିସରରେ ” ନୁଆ – ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆୟୋଜନ !!!

