ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଭେଟିନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ( ନୂଆ- ଓ) ଅନ୍ତର୍ଗତ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପନୀ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ମୁଖ୍ୟ ବକ୍ତା ଭାବେ ବାଣପୁର ଗୋଦାବରୀଶ ମହା ବିଦ୍ୟାଳର ପ୍ରାକ୍ତନ ଅଧ୍ୟକ୍ଷ ବିଜୟ ନନ୍ଦ ଓ ସମ୍ମାନିତ ଅତିଥିଭାବେ ଶଶିକାନ୍ତ ସୁବୁଦ୍ଧି, ସରପଞ୍ଚ ସାବିତ୍ରୀ ଭୋଳ ଓ ସମିତି ସଭ୍ୟା ରଶ୍ମିତା ପ୍ରଧାନ ଯୋଗଦେଇ । ଶିକ୍ଷା ସଂସ୍କୃତି ଉପରେ ଆଲୋଚନା କରିବା ସହ. ବିଦ୍ୟାଳୟ ର ଉନ୍ନତି କରଣ ନିମନ୍ତେ ଆଲୋଚନା କରିଥିଲେ । ଏହା ପରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଥିଲେ l ସଭା ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।।
ବାଣପୁର ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ !!!

