ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଜେଜେ ବାପା ଜେଜେ ମାଆ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ! ଶ୍ରୀମତୀ ସୁଚିତ୍ରା ବେହେରା ଙ୍କ ଦୀପ ପ୍ରଜ୍ୱଳନ ପରେ ଛାତ୍ରୀ ମାନଙ୍କ ସ୍ୱାଗତ ସଙ୍ଗୀତ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡ଼ିଶା ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଶିଶୁ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ତଥା ଶିଶୁ ମାନଙ୍କୁ ଠିକ ଭାବରେ ଗଢ଼ି ତୋଳିବା ରେ ଜେଜେ ବାପା ଜେଜେ ମାଆଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ମହିମା ଧର୍ମର ପ୍ରବର୍ତ୍ତକ ବିନୋଦ ବ୍ରହ୍ମଚାରୀ ଯୋଗଦେଇଥିଲେ । ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡାକ୍ତର ସମୀର ମେହେର ବୃଦ୍ଧାବସ୍ଥା ରେ ଶରୀର ର ଯତ୍ନ ବିଷୟରେ ବୁଝାଇଥିଲେ । ସଭାପତି ପୃଥିରାଜ ସାହୁ ମଞ୍ଚାସୀନ ଥିବାବେଳେ , ସମ୍ପାଦକ ଶ୍ରୀ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଗୁରୁଜୀ ଚୈତନ୍ୟ ଭୋଇ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ୩୫୦ ଜଣ ଜେଜେ ବାପା ଜେଜେ ମାଆ ଉପସ୍ଥିତ ଥିବା ସମୟରେ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା ।
ଜେଜେ ବାପା ଜେଜେ ମାଆ ସମ୍ମିଳନୀ ଅନୁଷ୍ଠିତ !!!

