ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ – ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଏକ “ମହିଳା ଆତ୍ମରକ୍ଷା ତାଲିମ ଶିବିର” ଉଦଘାଟିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଚାଲିବାକୁ ଥିବା ଏହି ତାଲିମ ଶିବିରର ପ୍ରଥମ ଦିନରେ ଆଜି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ଉଦଘାଟନ କରିବା ସହ ମହିଳା ଛାତ୍ରୀ ମାନେ ମହିଳା ଆତ୍ମରକ୍ଷା କ୍ଷେତ୍ରରେ ସେମାନଙ୍କୁ ସହଯୋଗୀ ହେବା ପାଇଁ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ ମହାପାତ୍ର, ପ୍ରଶାନ୍ତ ଦାସ, ରବୀନ୍ଦ୍ର ମାର୍ଥା ଓ ଅଧ୍ୟାପିକା ପ୍ରମୋଦିନି ସାମନ୍ତରାୟ ଉପସ୍ଥିତ ଥିବା ବେଳେ ଉକ୍ତ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ କ୍ରୀଡ଼ା ଶିକ୍ଷକ ବିଭୁଧ୍ୟେନ୍ଧୁ ମାନସିଂ । ଆଠ ଦିନ ଧରି ଚାଲିବାକୁ ଥିବା ଉକ୍ତ ତାଲିମ ଶିବିରରେ ପ୍ରଶିକ୍ଷଣ ଦେବେ କଳ୍ପଶ୍ରୀ ପ୍ରଧାନ । ମୁଖ୍ୟ କିରାଣୀ ଅଶୋକ ସ୍ବାଇଁ, ସିଦ୍ଧେଶ୍ବର ନରେନ୍ଦ୍ର ସିଂହ ଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।।
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ” ମହିଳା ଆତ୍ମରକ୍ଷା ତାଲିମ ଶିବିର” ଉଦଘାଟନ !!!

