କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ – ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି । ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଥିବା ନେଇ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ମସ୍ତିଷ୍କାଘାତ ପାଇଁ ନିକଟରେ ତାଙ୍କର ଅପରେସନ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସେବା ଯୋଗାଇ ଡା.ଭୁବନାନନ୍ଦ ମହାରଣା ପ୍ରଶଂସିତ ହୋଇଥିଲେ । କରୋନା ସମୟରେ ସମୟପୋଯୋଗୀ ପରାମର୍ଶ ଦେଇ ଅନେକ ଧନଜୀବନ ରକ୍ଷା କରିଥିଲେ । ଏହା ସହିତ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କୁ ତତ୍କାଳ ଚିକିତ୍ସା ସେବା ଯୋଗାଇ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।