ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ପକ୍ଷରୁ ଇଟାମାଟି ସିନେମା ହଲ ଛକରେ ନୟାଗଡ-ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର – ଇଟାମାଟି-ଚମ୍ପତ୍ତିପୁର ପାସେଞ୍ଜର ହଲ୍ଟ ତୁରନ୍ତ ନିଷ୍ପତି କରାଯାଉ , ରାସ୍ତାରୋକ କୁ ଜିଲ୍ଲା କଂଗ୍ରେସ ର ସମର୍ଥନ ! ଇଟାମାଟି-ଚମ୍ପତ୍ତିପୁର ପାସେଞ୍ଜର ହଲ୍ଟ ନିର୍ମାଣ ପାଇଁ ପ୍ରାୟ ୧୫ ଗୋଟି ପଞ୍ଚାୟତ ଅଧିବାସୀ ଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ପକ୍ଷରୁ ଆଜି ଇଟାମାଟି ସିନେମା ହଲ ଛକରେ ନୟାଗଡ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ରାସ୍ତାରୋକ ଆନ୍ଦୋଳନ କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବୀ ରଣଜିତ ଦାଶ ସମର୍ଥନ ଘୋଷଣା କରି ଆନ୍ଦୋଳନ ରେ ସାମିଲ ହୋଇଥିଲେ l ଦୀର୍ଘ ଆଠ ବର୍ଷ ଧରି ଲକ୍ଷାଧିକ ଲୋକଙ୍କ ଦାବୀ କୁ ମୋଦି-ନବୀନ ସରକାର ଏଡାଇ ଦେଉଥିବାରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳ ମନ୍ତ୍ରୀ ଙ୍କ ନୟାଗଡ ପ୍ରତି ବୈମାତୃକ ମନୋଭାବ କୁ ଦୃଢ଼ ସମାଲୋଚନା କରାଯାଇଛି l ଆଜି ସହସ୍ରାଧିକ ଆନ୍ଦୋଳନକାରୀ ଙ୍କୁ ଲଲିପପ ଦେଖାଇ ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସରେ କରାଯିବ ବୋଲି କହିବାରୁ, ମାର୍ଚ୍ଚ ମାସ ରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି ଲାଗୁଥିବାରୁ ପାସେଞ୍ଜର ହଲ୍ଟ ଘୋଷଣା କେମିତି ହେବ ବୋଲି ପ୍ରଶ୍ନ ହେବା ପରେ ପୋଲିସ ପ୍ରଶାସନ ହଡବଡେଇ ଯାଇଥିଲା l ଇଟାମାଟି ଚମ୍ପତ୍ତିପୁର ପାସେଞ୍ଜର ହଲ୍ଟ ତୁରନ୍ତ ସରକାର ନିର୍ମାଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରିଛି l ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ ଏବଂ ଡିସିସି ସାଧାରଣ ସମ୍ପାଦକ ଲଡ଼ୁକିଶୋର ଷଡ଼ଙ୍ଗୀ ପ୍ରମୁଖ ଆନ୍ଦୋଳନ ରେ ସାମିଲ ହୋଇଥିଲେ l

 

 

Leave a Reply

Your email address will not be published. Required fields are marked *