ବଡ଼ମ୍ବା ଶଙ୍ଖାମେରୀ ଠାରେ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ – ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବଡ଼ମ୍ବା ଶଙ୍ଖାମେରୀ ଠାରେ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ! ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବଡ଼ମ୍ବା ଶଙ୍ଖାମେରୀ କଲେଜ୍ ପଡ଼ିଆ ଠାରେ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା, କଟକ ଜିଲ୍ଲା ସମ୍ପାଦକ ରାମ ନାରାୟଣ ମହାନ୍ତି, କଟକ ଜିଲ୍ଲା ଉପସଭାପତି ବିଭୁଦତ୍ତ ପଟ୍ଟନାୟକ, ବଡ଼ମ୍ବା 30 ନମ୍ୱର ଜୋନ ସଭାପତି ସରୋଜ କୁମାର ବେଉରା, 30 ନମ୍ୱର ଜୋନ ଉପସଭାପତି ମହେନ୍ଦ୍ର ପଢ଼ିଆରି, ଯୁବ ନେତା ସଞ୍ଜୀବ ପଣ୍ଡା ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଭୋଟର ମାନଙ୍କୁ ଆଗଧାଡିକୁ ଆଣି ସେମାନଙ୍କ ଭିତରେ ସଚେତନତା ଜାଗ୍ରତ କରିବା ପାଇଁ ଏକ ଅଭିନଵ ପ୍ରୟାସ ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ ବୋଲି ବିଜୟ ଦଳବେହେରା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି , ନରେନ୍ଦ୍ର ମୋଦି ଜି ଙ୍କ ଲୋକାଭୀମୁଖୀ କାର୍ଯ୍ୟ କୁ ଆଜିର ଯୁବପିଢ଼ି ମାନଙ୍କ ମଧ୍ୟରେ ଅଭିଭାଷଣ ରଖିଥିଲେ ।

Leave a Reply

Your email address will not be published. Required fields are marked *