ପାରାଦ୍ଵୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପରେ ‘ପ୍ରକୃତି କଣ୍ଟେନର ଅପରେସନ ଟ୍ରଷ୍ଟ’ ଗଠିତ , କଣ୍ଟେନର ମାଲିକ ମାନଙ୍କର ରହିଥିବା ସମସ୍ୟା ଗୁଡିକ ସମାଧାନ ହେବା ସହିତ ଶୃଙ୍ଖଳିତ ଭାବରେ ବ୍ୟବସାୟ ଆଗକୁ ବଢିବା ପାଇଁ ଏହି ସଂଘ କାର୍ଯ୍ୟ କରିବ । ମାଲ ପରିବହନ କୁ ନେଇ ପାରାଦୀପ ରେ ଟ୍ରକ ମାଲିକ ମାନଙ୍କ ର ବିଭିନ୍ନ ସଂଘ ରହି ଶାନ୍ତି ଶୃଙ୍ଖଳା ଭାବେ ଟ୍ରକ ରେ ମାଲ ପରିବହନ କରା ଯାଉଥିବା ବେଳେ ଏବେ କଣ୍ଟେନର ରେ ମଧ୍ୟ ମାଲ ପରିବହନ କରାଯାଉଛି । ଜାହାଜ ରେ ଆସୁଥିବା ପଣ୍ୟ ଗୁଡିକ ନିୟୋଜିତ କଣ୍ଟେନର ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ପଠା ଯାଇଥାଏ । ତେବେ ଏହି କଣ୍ଟେନର ବ୍ୟବସାୟ ଆଗକୁ କିପରି ବଢି ପାରିବ ଏନେଇ ମାଲ ପରିବହନରେ ନିୟୋଜିତ କଣ୍ଟେନର ମାଲିକ ମାନେ ଏକତ୍ରିତ ହୋଇ ଏହି ସଂଘ ଗଠନ କରିଥିବା ବେଳେ ପରିବେଶ ଉପରେ ସ୍ବତନ୍ତ୍ର ଧ୍ୟାନ ଯାଇ ପାରାଦୀପ ର ଆଖପାଖ ଅଞ୍ଚଳ କୁ ସବୁଜ ବଳୟରେ ପୂର୍ଣ୍ଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ, ଶିକ୍ଷା, ଅନାଥ ଆଶ୍ରମରେ ଗରିବ ପିଲାମାନଙ୍କୁ ସହାୟତା ଓ ପଶୁ ସମ୍ପଦ ର ସୁରକ୍ଷା ଆଦି ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଅବସରରେ ପାରାଦୀପ ଉଦୟବଟ୍ଟ ହାତୀକଣ୍ଟା ନିକଟ ସଂଘ କାର୍ଯ୍ୟାଳୟ ଉଦ୍ଘାଟନ ଉତ୍ସବ ରେ ୫୦ରୁ ଉର୍ଦ୍ଧ କଣ୍ଟେନର ମାଲିକ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ।
ପାରାଦୀପରେ ‘ପ୍ରକୃତି କଣ୍ଟେନର ଅପରେସନ ଟ୍ରଷ୍ଟ’ ଗଠିତ !!!

