ବାଙ୍କୀ ରେ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା – ବାଙ୍କୀ କଚେରୀ ପଡିଆ ଠାରେ ବଡ଼ ଧୁମଧାମ ରେ ପାଳିତ ହୋଇଯାଇଛି ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ! ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ପତାକା ଉତ୍ତୋଳନ କରିବା ସହିତ ନିଜର ଅଭିଭାଷଣ ରଖିଥିଲେ ! ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକବୋଧ ନାଚ ଓ ଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଥିଲା ! ନାଚ ଗୀତ ରେ ଝୁମି ଉଠିଥିଲା ସମ୍ପୂର୍ଣ୍ଣ ମାହୋଲ , ଅନ୍ୟପଟେ ୧୩ ଗୋଟି କ୍ୟାଡେଡ଼ ଏହି ଉପଖଣ୍ଡ ସ୍ତରୀୟ ପ୍ୟାରେଡ ରେ ଭାଗ ନେଇଥିଲେ ! ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ ଜରିଥିବା ଛାତ୍ର ଛାତ୍ରୀ , ପୋଲିସ , ଦମକଳ ବାହିନୀ ଆଉ ସ୍ୱାସ୍ଥ୍ୟ ଓ ପରିମଳ ସ୍ୱଛତା ଏବଂ ସାହାସିକତାରେ ନିଜକୁ ସମର୍ପଣ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଧିତ କରିଥିଲେ ବାଙ୍କୀ ଉପଜିଲ୍ଲାପାଳ !

Leave a Reply

Your email address will not be published. Required fields are marked *