ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପାଖାପାଖି ଦୁଇ ବର୍ଷ ବିତିଥିବା ସମୟରେ , ବାରଙ୍ଗ 32 ନମ୍ବର ଜୋନରେ ପରାଜୟର ରାଗ ଶୁଝାଇଲେ ପୂର୍ବତନ ବିଧାୟକ ତଥା ବାଙ୍କୀ ବିଜେଡି ନେତା ପ୍ରଭାତ ତ୍ରିପାଠୀ ! ଯାତମୁଣ୍ଡିଆ ଡମପଡା ସାମନ୍ତରାପୁର ଷୋହଳ କିଲୋମିଟର ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତିକରଣର ଭୂମିପୂଜା ଉତ୍ସବ ଅରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା | ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ପଂଚାୟତ ବିକାଶକୁ ବାଙ୍କୀର ସମସ୍ତ ଶାସକ ଦଳର ନେତୃବୃନ୍ଦ ମଞ୍ଚରେ ଉପସ୍ଥିତ ରହି ସାତ ପଂଚାୟତର ଜନ ସମାବେଶକୁ ଉଧୋବଧନ ଦେଇଥିଲେ |
ତେବେ ଭାଷଣ ବାଜି ସମୟରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ କିଛି କଥା ଲୋକ ମାନଙ୍କ ଭିତରେ ହସର ଖୋରାକ ଯୋଗାଇଥିବା ବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି | ପ୍ରଭାତ ତ୍ରିପାଠୀଙ୍କ ଭାଷଣର ଶେଷ ଆଡକୁ ବାରଙ୍ଗ ଜୋନର ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତିଙ୍କୁ ଭୋଡ଼କା ମୋଟୁ ଏବଂ ଗୋଡି ଚୋର ବୋଲି କହିଥିଲେ | କିନ୍ତୁ ଅନ୍ୟତମ ବିଧାୟକ ପାର୍ଥି ସ୍ମୃତିରଞ୍ଜନ ଲେଙ୍କା, ଦେବାଶିଷ ପଟ୍ଟନାୟକ, ଅଜୟ ସ୍ୱାଇଁ, ଶୁଭ୍ରାଂଶୁ ମୋହନ ପାଢୀଙ୍କୁ ଶବ୍ଦ ଏତେ କଠୋର କହିନଥିଲେ | ଭାଷଣ ଶୁଣି କିଛି ବିଜୁ ଜନତା ଦଳ ପ୍ରେମୀଙ୍କ ଭିତରେ ଗୁଂଜରଣ ସୃଷ୍ଟି ହେଉଥିଲା, ପ୍ରଭାତ ବାବୁ ବୋଧେ ବାରଙ୍ଗ ପଂଚାୟତ ନିର୍ବାଚନର ପରାଜୟକୁ ଚଳିତ ବିଧାନସଭା ନିର୍ବାଚନରେ ଶବ୍ଦରେ ଶବ୍ଦରେ ଫେରେଇ ଦେଉଛନ୍ତି | କିଛି ବୁଦ୍ଧିଜୀବୀ ବି ପ୍ରଭାତ ତ୍ରିପାଠୀଙ୍କ ଏପରି ଅସମ୍ମାନ ଶବ୍ଦକୁ ନାପସନ୍ଦ କରିଛନ୍ତି |