ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪ ବର୍ଷିୟା ନାବାଳିକାଙ୍କୁ ଅସଦରାଚରଣ ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ ଅସଦରାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସାଧନ ରହିଛନ୍ତି । ଅସଦାଚାରଣ କରିଥିବା ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ପ୍ରତାପ କୁମାର ନାୟକ ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁନାଖଳା ଫାଣ୍ଡି ଅଞ୍ଚଳର ଜୈନିକ ମହିଳା ଚିକିତ୍ସିତ ହେଉଥିଲେ । ଗତକାଲି ମହିଳାଙ୍କ ଦେହ ଟିକେ ଅଧିକ ଅସୁସ୍ଥ ହେବାରୁ ନାବାଳିକା ଝିଅ ଡାକ୍ତରଖାନା ପରିରସରରେ ରହିଥିବା ନିରାମୟ କେନ୍ଦ୍ରକୁ ଔଷଧ ଆଣିବାକୁ ଯାଇଥିଲେ । ରାତି ପ୍ରାୟ ୧୦ ଟା ସମୟରେ ନାବାଳିକା ଜଣଙ୍କ ଔଷଧ ଧରି ମେଡିସିନ ୱାର୍ଡ଼କୁ ଫେରୁଥିଲେ । ଲିଫ୍ଟ ମଧ୍ୟରେ ନାବାଳିକାଙ୍କୁ ଏକାକି ଦେଖୀ କର୍ମଚାରୀଙ୍କ ଅସଦାଚରଣ କରିଥିଲେ । ପରେ ନାବାଳିକା ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ସେହି କର୍ମଚାରୀ ଛାଡି ଚାଲି ଯାଇଥିଲେ ! ପରେ କିଛି ରୋଗୀଙ୍କ ସମ୍ପର୍କିୟ ଏବଂ ଡାକ୍ତରଖାନା କର୍ମଚାରୀ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ନାବାଳିକାଙ୍କ ବାପା ଡାକ୍ତରଖାନାରେ ପହଞ୍ଚି ସମସ୍ତ ଘଟଣା ଜାଣିବା ପରେ ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ ସେଥି ଉପରେ ଏବେ ପ୍ରଶ୍ନ ଉଠୁଛି l

Leave a Reply

Your email address will not be published. Required fields are marked *