ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବାଙ୍କୀ ଉପ ଜିଲ୍ଲାପାଳଙ୍କ ମାଧ୍ୟମରେ ପୁଲିସ ଡ଼ିଜିଙ୍କୁ ଦାବୀପତ୍ର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜଧାନୀ ଭୁବନେଶ୍ବର ରେ ବଡ ଖବର ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ର ଙ୍କୁ ଦୁର୍ବୃତ୍ତ ମାନଙ୍କ ମରଣାନ୍ତକ ଆକ୍ରମଣ ପ୍ରତିବାଦ ରେ ବାଙ୍କୀ ରେ ପ୍ରଦର୍ଶନ ! ଆଜି ବାଙ୍କୀର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦ୍ୱାରା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଏବଂ ପୋଲିସ ଡିଜି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଙ୍କ ଜରିଆରେ ଦିଆଯାଇଛି । ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଉକ୍ତ ଦାବି ପତ୍ରରେ ଉଲ୍ଲେଖ ରହିଛି । ଜଣେ କାର୍ଯ୍ୟରତ ସାମ୍ବାଦିକ ଯଦି ଅସୁରକ୍ଷିତ ତେବେ ସାଧାରଣ ଲୋକ ମାନେ କିପରି ନିଜକୁ ସୁରକ୍ଷିତ ମନେ କରିବେ ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ । ଏହାକୁ ରାଜ୍ୟ ସରକାର ଯଥା ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସାମ୍ବାଦିକ ମାନେ ଦାବି କରିବା ସହ ଆଗାମୀ ଦିନରେ ରାଜ୍ୟପାଳଙ୍କୁ ଭେଟି ଏ ସମ୍ଭଦ୍ଧରେ ଅବଗତ କିରିବେ ବୋଲି ମତ ରଖିଛନ୍ତି । ଯଦି ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ସାମ୍ବାଦିକ ମାନେ ମିଳିତ ଭାବେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସାମ୍ବାଦିକ ସଂଘର ସଭାପତି ବଳଭଦ୍ର ପଣ୍ଡା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରକାର ଏ ଦିଗରେ କି ପଦକ୍ଷେପ ନେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ସଭାପତି ବଳଭଦ୍ର ପଣ୍ଡା, ସମରେନ୍ଦ୍ର ମହାପାତ୍ର, ସୁବାଷ ଚନ୍ଦ୍ର ପାଢ଼ୀ, ଗୌରାଙ୍ଗ ବେହେରା, ଗୌତମ ମିଶ୍ର, ପ୍ରଦୀପ ଜେନା,ଅଶୋକ କୁମାର ରଣା, ଗଙ୍ଗାଧର ସାହୁ, ମନୋଜ କୁମାର ଦଳେଇ, କାହ୍ନୁଚରଣ ବେହେରା, ସଞିପ ନାୟକ,ପୁର୍ଣ୍ଣେନ୍ଦୁ ନାୟକ, ପ୍ରତାପ ନାୟକ, ବିଭୁପ୍ରସାଦ ସାମଲ, ଅନନ୍ତ ରଣା, ମୃତ୍ୟୁଞ୍ଜୟ ପ୍ରଧାନ, ବବୁଲ ରାଉତ, ଅନନ୍ତ ପଟ୍ଟନାୟକ, ସୂର୍ଯ୍ୟମଣି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *