ବିପଦରେ ଡାକିଲେ ଓ କରନ୍ତି – ପୀର ହଜରତ ଜଙ୍ଗି ଶାହ !!!

0
159

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମାନିଲେ ଈଶ୍ୱର ନ ମାନିଲେ ପଥର ! କଥାରେ ଅଛି ଯେଉଁଠି ବିଶ୍ୱାସ ସେଇଠି ଭଗବାନ ! ଭକ୍ତ ଆଉ ଭଗବାନଙ୍କର ଏଭଳି କିଛି ବିଶ୍ୱାସର ସମ୍ପର୍କ ରହିଛି ନିଆଳି ଅଡ଼ଶପୁର ନିକଟସ୍ଥ କୁରାଙ୍ଗ ପ୍ରଧାନ ଗ୍ରାମ ପୀର ବାବାଙ୍କ ପୀଠରେ । କାହିଁ କେଉଁ ଅମଳରୁ ଏହି ସ୍ଥାନରେ ପୀର ହଜରତ ଜଙ୍ଗି ଶାହ ପୂଜାର୍ଚ୍ଚନା ପାଇ ଆସୁଛନ୍ତି । ଶ୍ରଦ୍ଧାଳୁ ମାନଙ୍କର ମଧ୍ୟ ଅତୁଟ ବିଶ୍ୱାସ ରହିଛି ବାବାଙ୍କ ଉପରେ । ଜମିବାଡ଼ି ମାଲି ମକଦ୍ଦମା ଠାରୁ ଆରମ୍ଭ କରି ପାରିବାରିକ ବିବାଦ ବା ଯେ କୌଣସି ବଡ଼ ସମସ୍ୟା ନେଇ ଶ୍ରଦ୍ଧାଳୁ ମାନେ ଏହି ପୀଠକୁ ଆସନ୍ତି ଏବଂ ପୀରବାବାଙ୍କ ନିକଟରେ ପ୍ରାର୍ଥନା କରି ଜଞ୍ଜାଳମୁକ୍ତ ମଧ୍ୟ ହୋଇଥାନ୍ତି । ଶ୍ରଦ୍ଧାଳୁ ମାନେ ଏପରି ମଧ୍ୟ କୁହନ୍ତି ଯେ ‘ବିପଦରେ ଡାକିଲେ ଏ ଠାକୁର ଓ କରନ୍ତି’ । ବିଭିନ୍ନ ସମସ୍ୟା ସମାଧାନର ବିଶ୍ୱାସ ନେଇ ଦୈନିକ ପୀର ବାବାଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଚଳିତ ବର୍ଷ ଗତ ଗୁରୁବାର ଦିନ ବାବାଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଯେଉଁଥିରେ ଜାତି, ବର୍ଣ୍ଣ, ଧର୍ମ ଭେଦଭାବକୁ ପଛରେ ପକାଇ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here