ମୋ ସମୟ ର ନୟାଗଡ଼ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ରୋଟାରି କ୍ଳବ ପରିସରରେଅଧ୍ୟlପକ ସରୋଜ କୁମାର ପଟ୍ଟନାୟକ ଙ୍କ ଉଦ୍ୟମ ରେ ନୟାଗଡ଼ ର ସୁନାମଧନ୍ୟ, ଆଇନଜ୍ଞ, ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ସ୍ବର୍ଗତ ନରସିଂହ ପଟ୍ଟନାୟକ ଙ୍କ ଲିଖିତ ସଂକ୍ଷିପ୍ତ ଆତ୍ମଲିପି “ମୋ ସମୟ ର ନୟାଗଡ଼ :ଧ୍ୱନି, ପ୍ରତିଧ୍ୱନି ଏବଂ ବିଦୂଷି ବିଭୁ ପରାୟଣ ଓ ସୁ ସାହିତ୍ୟିକା ସ୍ବର୍ଗତା ମନୋରମା ପଟ୍ଟନାୟକ ଙ୍କ ଲିଖିତ ଭଜନାବଳୀ “ନୀଳ ପର୍ବତ ର କାଳିଆ ସୁନା ର ଶୁଭ ଉନ୍ମୋଚନ ହୋଇଛି, ଏହି ଅବସରରେ ଅବସର ପ୍ରାପ୍ତ ଅଧକ୍ଷ,ପୂର୍ବାଞ୍ଚଳ ଭାଷାକେନ୍ଦ୍ର ଭୁବନେଶ୍ୱର ର ଡ଼. ଅରବିନ୍ଦ ପଟ୍ଟନାୟକ ଓ ଅବସର ପ୍ରାପ୍ତ ଅଧକ୍ଷ, ଶରଣକୂଳ ମହାବିଦ୍ୟାଳୟ ର ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ନିଜ କର କମଳ ରେ ପୁସ୍ତକ ଉନ୍ମୋଚନ କରିଥିବା ବେଳେ, ମୁଖ୍ୟ ଅତିଥି ରୂପେ ଆଇ. ଏ. ଏସ ଅବସର ପ୍ରାପ୍ତ ନିର୍ଦେଶକ ପଞ୍ଚାୟତି ରାଜ(, ଓଡିଶା ସରକାର )ଶ୍ରୀ କରୁଣା କର ପଟ୍ଟନାୟକ, ତତ ସହିତ ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା (ଭାରତ ସରକାର )ଡ଼ ଉମାକାନ୍ତ ମିଶ୍ର ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହିତ, ପୁସ୍ତକ ବିଷୟ ରେ ଆଲୋକ ପାତ କରିଥିଲେ, ତତ ସହିତ ପୁସ୍ତକ କୁ ଅବସର ପ୍ରାପ୍ତ,ଟାଙ୍ଗୀ ମହା ବିଦ୍ୟାଳୟ, ର ପ୍ରଧ୍ୟାପକପ୍ରଫେସର ଅଶୋକ କୁମାର ମହାନ୍ତି ସମୀକ୍ଷା କରିଥିଲେ, ଏହି ଅବସର ରେ ସଂମ୍ମାନିତ ଅତିଥି ରୂପେ , ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ ଯୋଗ ଦେଇ ଥିଲେ, ଏଥି ସହ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଉପସ୍ଥିତ ରହି ସ୍ୱାଗତ ଭାଷଣ ଦେଇ ଥିବା ବେଳେ, ମଞ୍ଚ ରେଆଧ୍ୟାପକ ଆଶୁତୋଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ,, ଉନ୍ମୋଚନ ଅବସରରେ ସଭାପତି ଅବସର ପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ସିଣ୍ଡିକେଟ ବ୍ୟାଙ୍କ ଶ୍ରୀ ପ୍ରସନ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ, ପରିଶେଷରେ କାମାକ୍ଷା ପ୍ରସାଦ ଦାସ ଧନ୍ୟ ବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *