୧୪୨୪ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ସମଗ୍ର ପୃଥିବୀରୁ ସମ୍ପୂର୍ଣ୍ଣ ଭାବେ ଲୋପ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୪୨୪ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରଖିଛି। ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୪୨୨ରୁ ୧୪୨୪ପର୍ଯ୍ୟନ୍ତ ଅର୍ଥାତ୍ ଗତ ୧୧ ଫେବୃୟାରୀ ୨୦୨୪ ମସିହାରୁ ୧୩ ଫେବୃୟାରୀ ୨୦୨୪ ମସିହା ପର୍ଯ୍ୟନ୍ତ ତିନିଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ମାନଙ୍କୁ ରିଲଫ୍ ବଣ୍ଟନ ଜାରି ରଖିଥିବାର ଦେଖିବାକୁ ମିଳିଛି।ଏଥିରେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ପ୍ରିତମ ଜେନା ଓ ଅନ୍ୟମାନେ ସହଯୋଗ କରିଥିଲେ।ମିଳିଥିବା ସୂଚନା ଅନୁଯାୟୀ ଭାରତରେ କୋଭିଡ ଆକ୍ଟିଭ କେସ ତାଳମୁହାଁ ହେବାସହ ତିନି ଅଙ୍କରେ ପହଞ୍ଚିଛି। ଗତ କାଲି ଭାରତରେ ଏହାର ମାତ୍ରା ୮୭୧ ଥିବା ବେଳେ ଆଜି ଏହା ୮୭୬ରେ ସୀମିତ ରହିଛି।

Leave a Reply

Your email address will not be published. Required fields are marked *