ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୁଜଙ୍ଗସ୍ଥିତ ଲୋକନାଥ ଭବନର ଠାରେ କୁଜଙ୍ଗ – ପାରାଦ୍ବୀପ ଆଞ୍ଚଳିକ କମିଟି ତରଫରୁ ସିପିଆଇର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ । ଚାଷୀ ନେତା କମ୍ରେଡ୍ ଶ୍ରୀନିବାସ ଜୁଝାରସିଂହଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ସିପିଆଇ ଜାତୀୟ କମିଟି ସଦସ୍ୟ କମ୍ରେଡ୍ ରାମକୃଷ୍ଣ ପଣ୍ଡା ଯୋଗଦେଇ ଆଗାମୀ ଦିନରେ ବାମପନ୍ଥୀଙ୍କ ଭୂମିକା ଓ କୃଷକ ଶ୍ରମିକ, ଛାତ୍ର , ଯୁବକ ଓ ମହିଳାଙ୍କ ପାଇଁ ଲଢେଇ ସମ୍ପର୍କରେ ମାର୍ଗଦର୍ଶନ ଦେବା ସହ ଆଗାମୀ ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ରେ ବିଜେପି ନେତୃତ୍ୱରେ ଚାଲିଥିବା ସରକାର କୃଷକ, ଶ୍ରମିକ ଓ ମହିଳା ବିରୋଧୀ ବୋଲି ଅଭିଯୋଗ ଆଣିଥିଲେ । ତେଣୁ ଏହି ସ୍ଥିତିରେ ପ୍ରତି କମ୍ରେଡ୍ ଲୋକଙ୍କ ସହ ରହି ଲୋକଙ୍କ ପାଇଁ ଲଢେଇ କରିବାକୁ ସେ ପରାମର୍ଶ ଦେବା ସହ ଆଗାମୀ ସାଧାରଣ ନିର୍ବାଚନରେ ସଫଳତା ହାସଲ ପାଇଁ ସମସ୍ତେ ଏକତ୍ରିତ ହେବାକୁ ଆହ୍ବାନ ଦେଇଥିଲେ । ବୈଠକରେ ସିପିଆଇ ର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ ।