ବିର୍ସାମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟରେ ରାତ୍ରିକାଳୀନ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବିର୍ସାମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟରେ ରାତ୍ରିକାଳୀନ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ! ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମବାସୀ ଙ୍କ ଉଦ୍ୟମରେ ଦୁଇ ଦିନ ଧରି ରାତ୍ରିକାଳୀନ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ସୁଶୀଲ ମରେଈ, ଆପ ନେତା ବାଲ୍ମୀକି ନାୟକ, ବ୍ଲକ ଉପାଧ୍ୟକ୍ଷ ହାରଧନ ବରିହା, ପୂର୍ବତନ ଖେଳ ଶିକ୍ଷକ କିଶୋର ଚନ୍ଦ୍ର ପଟେଲ, କଂଗ୍ରେସ ନେତା ନବୀନ ପ୍ରଧାନ ଏବଂ ସ୍ବେଛାସେବୀ ହରେକୃଷ୍ଣ ପ୍ରଧାନ ଯୋଗ ଦେଇଥିଲେ ! ରାଜ୍ୟ ତଥା ରାଜ୍ୟ ବାହାର ୧୬ ଟି ଦଳ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚ କୁଟେଳା ଏବଂ ବୋରଭାଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କୁଟେଳା ବିଜେତା ହୋଇଥିବା ବେଲେ ବୋରଭାଟା ଉପବିଜେତା ହୋଇଥିଲା l

Leave a Reply

Your email address will not be published. Required fields are marked *