ଅଧ୍ୟାପକ କେଵେ ସ୍ଥାୟୀ ହେବେ : ସ୍ୱଳ୍ପ ଦରମାରେ ପନ୍ଦରରୁ କୋଡିଏ ବର୍ଷ ଖଟିଲା ପରେ ବି ସରକାର ଏଠି ଅନ୍ଧ ମୁକ ଏବଂ ବଧିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଆଉ ଗୋଟିଏ ମାସ ପରେ ଅନୁଷ୍ଠିତ ହେବ |ସେଥିପାଇଁ ଶାସକ ଦଳ ପ୍ରତିଦିନ କୋଟି କୋଟି ଟଙ୍କାର କାର୍ଯ୍ୟ ଦେଶକୁ ନେଇ ନୂଆ ନୂଆ ଫଳକମାନ ଉଦଘାଟନ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ଦରମା ମଧ୍ୟ ବଢୁଅଛି | ଯୋଉଠୁ ଭୋଟ ମିଳିବ ସେଇଠି ତୋପ ପକାଉଛି ବିଜୁ ଜନତା ଦଳ | ସକାଳୁ ଉଠିଲେ ସବୁ ଚା ଖଟିରେ ବୁଦ୍ଧିଜୀବୀଙ୍କ ପ୍ରଶ୍ନ ବିଭିନ୍ନ ଗଣମାଧ୍ୟମ ଦେଖିଲା ପଢିଲା ପରେ -ରାଜ୍ୟ ସରକାର ଏତେ ଟଙ୍କା କୋଉଠୁ ଆଣୁଛନ୍ତି….!!!! କେବଳ ସରକାରଙ୍କ କାର୍ଯ୍ୟକ୍ରମ ଉର୍ନ୍ନତିର ପ୍ରସାର ପ୍ରଚାର ପାଇଁ ବିଜ୍ଞାପନ ବାବଦରେ କଳାକାର ଏବଂ ଗଣମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଅଛି | ସେତିକି ଟଙ୍କାରେ ଆମ ଓଡିଶା କିଛିଦିନ ଚଳିଯିବ |ଜଗନ୍ନାଥ ପରିକ୍ରମାକୁ ସାରା ଓଡିଶାରେ ପହଂଚାଇବା ପାଇଁ ୨୪୦୦ କୋଟି ଏବଂ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଦୁଇଟି ବ୍ୟାଗ ବାଣ୍ଟିବାରେ ୧୩୦୦ କୋଟି ଖର୍ଚ୍ଚ ପରି ବହୁ ବିଭାଗର ଖର୍ଚ୍ଚ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଓ ହତୋତ୍ସାହିତ କରିଛି |ଲୋକଙ୍କ ଟ୍ୟାକ୍ସକୁ ଉର୍ନ୍ନତିରେ ଖର୍ଚ୍ଚ ନ କରି ନିଜ ଦଳର ପ୍ରସାର ପ୍ରଚାରରେ ବ୍ୟୟ କରିବାକୁ ବିରୋଧ କରିବାକୁ ବିରୋଧୀ ଦଳ ଗୋଟିଏ ପ୍ରକାର ନିଷ୍କ୍ରିୟ ବମ ପରି ଏଠି କାମ କରୁଛି | ରାଜ୍ୟ ସରକାର ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ସମୟରେ “ନୂଆ ଓ କାର୍ଯ୍ୟକ୍ରମ” କରି ମେଧାବୀ ଛାତ୍ର ଛାତ୍ରୀଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି କଲେ, କିଂତୁ ସମସ୍ତ ମହାବିଦ୍ୟାଳୟର କର୍ମଚାରୀମାନେ କେବଳ ଅଳ୍ପ କାମ କରି ଫଟୋ ଉଠାଇ ମିଛ ବିଲ କାଗଜ ପତ୍ର କରି ଲକ୍ଷାଧିକ ଟଙ୍କାନେଇ ପକେଟ ଉଷୁମ କଲେ | ମେଧାବୀ ଛାତ୍ର ବୃତ୍ତି ପ୍ରଦାନ ନାମରେ ଓଡିଶାର ସବୁ ମହାବିଦ୍ୟାଳୟର ପିଲାଙ୍କୁ “ନୂଆ ଓ ଛାତ୍ର ବୃତ୍ତି’ ଦେବା କେତେଦୂର ଠିକି ହୋଇଛି !!!!ଏହା ଦ୍ଵାରା ପିଲାମାନଙ୍କ ଭିତରେ ପ୍ରତିଯୋଗୀତା ମନୋଭାବ ରହିବ ନାହିଁ ବୋଲି ଶିକ୍ଷାବିତଙ୍କ ମତ ରହୁଛି | ପିଲାମାନଙ୍କୁ ବୃତ୍ତି ଦେଇ ନୂଆ ଭୋଟରଙ୍କ ଭୋଟ ହାତେଇବାରେ ସରକାର ଏଠି ଯେଉଁ ଚାଲାଖିପଣ କରିଛନ୍ତି.. ତାହା କାହାକୁ ଅଛପା ନାହିଁ | ସବୁପରେ ସେହି ପିଲାମାନଙ୍କୁ ପାଠ ପଢ଼ାଉଥିବା କଲେଜ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ହଜାର ହଜାର ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କୁ ସରକାର ଭୁଲିଯାଇଛନ୍ତି | ନୂଆ ପିଲାଙ୍କୁ ଶିକ୍ଷାବିଭାଗରେ କର୍ମ ନିଯୁକ୍ତି ନାମରେ ଆବଶ୍ୟକ ଠାରୁ କମ ସଂଖ୍ୟାରେ ପଦବୀ ବାହାର କରି ଏସ ଏସ ବି, ପିଜିଡ଼ି ନାମରେ ନିଯୁକ୍ତି କରିଲେ | କିଂତୁ ମାତ୍ର ତିନିରୁ ଛଅ ହଜାର ଭିତରେ ଖଟୁଥିବା ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ କାର୍ଯ୍ୟାଳୟ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ଦେବାର ନାମ ଧରିଲେ ନାହିଁ | ଏହି ମାନେ କିଂତୁ ସ୍ୱଳ୍ପ ଦରମା ପାଇଁ ପିଲାଙ୍କ ପରୀକ୍ଷା ଖାତା ଦେଖିବା, ନିର୍ବାଚନ ରେ ସହଯୋଗ ପରି ବହୁ କାମ ମହାବିଦ୍ୟାଳୟ ମାନଙ୍କର କରିଥାନ୍ତି |ଆଖି ଆଗରେ ସମାନ ପାଠ ପଢ଼େଇ କେହି ଲକ୍ଷ୍ୟାଧିକ ଦରମା ନେଉଥିବା ବେଳେ ନିଜେ ଚାରି ପାଞ୍ଚ ହଜାରରେ ସନ୍ତୁଷ୍ଟ ହୁଅନ୍ତି ଏହିମାନେ |ଓଡିଶାରେ ଏହି ପରିଚାଳନା କମିଟି ନିଯୁକ୍ତି ଅଧ୍ୟାପକ ଅଧ୍ୟାପିକାଙ୍କ ସଂଖ୍ୟା ପାଞ୍ଚ ହଜାର ହୋଇଥିବା ସ୍ଥଳେ ବାଙ୍କୀ ନିର୍ବାଚନମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟରେ ଦୁଇଶହରୁ ଅଧିକ କର୍ମଚାରୀ ରହିଛନ୍ତି | ଫାଇଭି ଟି ଅଧୀନରେ ଶିକ୍ଷା ଉର୍ନ୍ନତି ନାମରେ ମୋ କଲେଜ, ସ୍ମାର୍ଟ ସ୍କୁଲ ସ୍ଲୋଗାନ କେବଳ ଚାଲିଛି, ଘର କୋଠାବାଡ଼ି ରଙ୍ଗୀନ ହେଉଛି, କିଂତୁ ମଣିଷ ତିଆରି କାରଖାନାର ପ୍ରକୃତ ଯୋଦ୍ଧା ମାନଙ୍କୁ ସରକାର ସୁଦୃଷ୍ଟି ଦେଇନାହାନ୍ତି | ତେଣୁ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ତଥା ଫାଇଭିଟି ଅଧ୍ୟକ୍ଷ ଏଠି ପ୍ରତି ଦୃଷ୍ଟି ଦେବା ସହିତ ପରିଚାଳନା ନିଯୁକ୍ତି ଶିକ୍ଷକମାନଙ୍କୁ ସ୍ଥାୟୀ କରିବା ଉଚିତ |ମ୍ୟାନେଜମେଣ୍ଟ କମିଟି ନିଯୁକ୍ତ ଅଧ୍ୟାପିକା ଅଧ୍ୟାପକ କେଵେ ସ୍ଥାୟୀ ହେବେ , ସ୍ୱଳ୍ପ ଦରମାରେ ପନ୍ଦରରୁ କୋଡିଏ ବର୍ଷ ଖଟିଲା ପରେ ବି ସରକାର ଏଠି ଅନ୍ଧ ମୁକ ଏବଂ ବଧିର !!!

Leave a Reply

Your email address will not be published. Required fields are marked *