ଭାଗବତ ପାରାୟଣ ଏବଂ ଯାଇଫୁଲ ମହୋତ୍ସବ ରେ ଅତିଥି ରୂପେ ଯୋଗଦେଲେ ନିହାରିକା ଗିରି !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ସାଉତଖଣ୍ଡି ଗ୍ରାମ ରେ ଭାଗବତ ପାରାୟଣ ଆୟୋଜିତ ! ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ପାର୍ବତୀ ଗିରି ଙ୍କ ନାତୁଣୀ ତଥା ସମାଜସେବୀ ଓ ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସଂପାଦିକା ନିହାରିକା ଗିରି ଗ୍ରାମ ରେ ଅନୁଷ୍ଠିତ ହୋଇଥିବା ଭାଗବତ ପରାୟଣ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ! ଗ୍ରାମବାସି ମାନେ ଅତି ଉତ୍ସାହ ସହକାରେ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ସୁଖ ଦୁଃଖ ର କଥା କହିଥିଲେ ! ସେହିପରି ସଂକ୍ରିପାଳି ଗ୍ରାମ ରେ ଯାଇଫୁଲ ମହୋତ୍ସବ ରେ ମଧ୍ୟ ନିହାରିକା ଗିରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜବୋଡାସମ୍ବର ଉପ ସଭାପତି ସରୋଜ ସାହୁ, ପ୍ରତାପ ଚନ୍ଦ୍ର ଗିରି , ସମାଜସେବୀ ସଂଜୀବ ଦାସ ଓ ସମାରୋ ସାହୁ ଉପସ୍ଥିତ ରହିଥିଲେ ! ଅନୁଷ୍ଠିତ ହୋଇଥିବା ଯାଇଫୁଲ ଡୁଙ୍ଗରି ମହୋତ୍ସବ ରେ ଗ୍ରାମବାସି ମାନେ ଅତିଥି ମାନଙ୍କୁ ଅତି ଆଗ୍ରହ ଉତ୍ସାହ ସହକାରେ ସ୍ୱାଗତ କରିଥିଲେ !

Leave a Reply

Your email address will not be published. Required fields are marked *