ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର କୁଣ୍ଡେଇସିଂ ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗ୍ରାମରେ 92 ଘର ଥିବା ବେଳେ ଜନସଂଖ୍ୟା 550 ଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ଅତି ଆବଶ୍ୟକ ସାମଗ୍ରୀ ଆଣିବା କଷ୍ଟକର ହୋଇ ପଡୁଛି । ଏପରିକି ପଞ୍ଚାୟତ ରୁ ରାସନ ସାମଗ୍ରୀ ଆଣିବା କଷ୍ଟ ହୋଇ ପଡୁଛି । ପିଲାମାନେ ପାଠ ପଢିବା ପାଇଁ ସ୍କୁଲ କୁ ଯିବା ଆସିବା କରିବା, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ଗର୍ଭବତୀ ମାଆ ମାନଙ୍କ ପାଇଁ ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଗ୍ରାମରେ ନଳ କୂପ ଅଛି କିନ୍ତୁ ତାହା ଅଚଳ ହୋଇ ପଡିଥିବାରୁ ବିଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ ବୋଲି ଅଭିଯୋଗ କରିଛନ୍ତି । ଗ୍ରାମକୁ ପକ୍କା ରାସ୍ତା ନ ହେବା ଯୋଗୁଁ ଖାଲ ଖମା ପଥର ଭୁଶୁଡ଼ି ପଡିବା ଦ୍ବାରା ଯାତାୟାତରେ ବହୁତ କଷ୍ଟ ହେଉଛି ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଅଛି , ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋଠା ଗୃହ ଆବଶ୍ୟକ ରହିଛି, ପକ୍କା ରୋଷେଇ ଗୃହ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ପାଇଁ ପ୍ରକାଶ କରିଛନ୍ତି । ସମସ୍ୟା ଗୁଡିକ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଗୁହାରୀ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ଏହି ସବୁ ଅସୁବିଧାର ସମ୍ମୁଖୀନ ହେଉଥିବା ରୁ ଆଗାମୀ ଦିନରେ ଗ୍ରାମର ସମସ୍ୟା ଦୂର ନହୁଏ , 2024 ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
କୁଣ୍ଡେଇ ସିଂ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହେବ କେବେ ???

