ଗଡ଼ିଲା ଲକ୍ଷ୍ମୀ ବସ : ବଡମ୍ବା , ନରସିଂହପୁର କୁ ଏନଏସି ଘୋଷଣା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା , ନରସିଂହପୁର କୁ NAC ମାନ୍ୟତା ସହ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ୩୪ ଟି NAC ଘୋଷଣା କରିଥିବା ବେଳେ ସେଥିମଧ୍ୟରୁ ବଡ଼ମ୍ବା ଏବଂ ନରସିଂହପୁର ଦୁଇଟି ବ୍ଳକ୍ କୁ NAC ମାନ୍ୟତା ମିଳିଛି । ସ୍ଥାନୀୟ ଅଞ୍ଚଳ ବାସୀ ଦୀର୍ଘ ଦିନ ଧରି NAC ପାଇଁ ଦାବୀ କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ଅଞ୍ଚଳ ରେ ଖୁସି ର ବାତାବରଣ ଦେଖିବାକୁ ମିଳିଛି । ସେହିପରି ବିଧାୟକ ଦେବୀ ପ୍ରସାଦ ମିଶ୍ର ନଡ଼ିଆ ବାଡେଇ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ନରସିଂହପୁର ପର୍ଯ୍ୟଟନ ବାଖ୍ୟାନ କେନ୍ଦ୍ରରେ ଏକ ସଭା ର ଆୟୋଜନ ହୋଇଥିଲା । ସେଠାରେ ଭତ୍ତା ବଣ୍ଟନ ସହ ଦୁଇଟି ଲକ୍ଷ୍ମୀ ବସ୍ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ବିଧାୟକ । ନିଜେ ପ୍ରଥମେ ଲକ୍ଷ୍ମୀ ବସ୍ ରେ ବସିବା ସହ ସମସ୍ତ ଯାତ୍ରୀ ଙ୍କ ଟିକେଟ ଖର୍ଚ୍ଚ ପ୍ରଦାନ କରିଥିଲେ । ପରେ ବଡ଼ମ୍ବା ବ୍ଳକ୍ ପରିସର ରେ ଦୁଇଟି ଲକ୍ଷ୍ମୀ ବସ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

 

Leave a Reply

Your email address will not be published. Required fields are marked *