ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଟାଉନ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଜଣେ ବ୍ୟକ୍ତିକୁ ନୟାଗଡ଼ ଟ୍ରାଫିକ୍ ଛକରୁ ସନ୍ଦେହ ଜନକ ଭାବେ ଅଟକ ରଖି ପଚରାଉଚୁରା କରିଥିବା ବେଳେ ତାଙ୍କ ବ୍ୟାଗରୁ ୨୬୯ ଗ୍ରାମ ସୁନା ହାର ଜବତ ହେବା ସହ ୪ ଲକ୍ଷ ୮୯ ହଜାର ୧୦୦ ଟଙ୍କା ଜବତ କରିଥିଲା । ଏହି ସବୁ ଚୋରି ସାମଗ୍ରୀ ବୋଲି ଜଣା ପଡିବା ପରେ ଅଟକ ଯୁବକ ପଶ୍ଚିମ ବଙ୍ଗର କୁଲପି ଥାନା ବଡ଼ବଇଡ଼ା ଗ୍ରାମର ନାଜୁରୁଲ୍ ମୋଲାଙ୍କ ପୁଅ ଆଲୋମ୍ଗିରି ମୋଲା ବୋଲି ଜଣାପଡ଼ିଛି । ପଶ୍ଚିମବଙ୍ଗ ଯୁବକ ଠାରୁ ଗୋଟିଏ ସାମସଙ୍ଗ ମୋବାଇଲ ଫୋନ୍, ୧୦ ଗୋଟି ସୁନା ହାର, ୬ ଗୋଟି ସୁନା ଚେନ୍, ୩ ଗୋଟି ସୁନା ରାଣୀ ହାର ଲକେଟ୍, ୬ ଗୋଟି ଆମ୍ବକସି ଲକେଟ୍, ୨୮ ଗୋଟି ସୁନା ଟପ୍ସ, ୨ ଗୋଟି ସୁନା ମୁଦି, ୩ ଗୋଟି କାନ ରିଙ୍ଗ ଓ ୨ ଗୋଟି ସୁନା ପିସ୍ ଜବତ କରିଛନ୍ତି ।
ନୟାଗଡ଼ ଟାଉନ ଥାନା ପୁଲିସକୁ ବଡ଼ ସଫଳତା !!!

