ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଗକୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ | ସେଥିପାଇଁ ଶାସକ ଦଳ ପ୍ରତିଦିନ କୋଟି କୋଟି ଟଙ୍କାର କାମକୁ ନେଇ ନୂଆ ନୂଆ ଫଳକ ଉଦଘାଟନ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ଦରମା ବଢୁଛି | ଯୋଉଠୁ ଭୋଟ ମିଳିବ ସେଇଠି ତୋପ ପକାଉଛି ବିଜୁ ଜନତା ଦଳ | ସକାଳୁ ଉଠିଲେ ସବୁ ଚା ଖଟିରେ ବୁଦ୍ଧିଜୀବୀଙ୍କ ପ୍ରଶ୍ନ , ବିଭିନ୍ନ ଗଣମାଧ୍ୟମ ଦେଖି ପଢିଲା ପରେ – ରାଜ୍ୟ ସରକାର ଏତେ ଟଙ୍କା କୋଉଠୁ ଆଣୁଛନ୍ତି |କେବଳ ସରକାରଙ୍କ କାର୍ଯ୍ୟକ୍ରମ ଉନ୍ନତିର ପ୍ରସାର ପ୍ରଚାର ପାଇଁ ବିଜ୍ଞାପନ ବାବଦରେ କଳାକାର ଏବଂ ଗଣମାଧ୍ୟମରେ କୋଟି କୋଟି ଖର୍ଚ୍ଚ | ସେତିକି ଟଙ୍କାରେ ଓଡିଶା କିଛିଦିନ ଚାଲିଯିବ | ଜଗନ୍ନାଥ ପରିକ୍ରମାକୁ ସାରା ଓଡିଶାରେ ପହଂଚାଇବା ପାଇଁ ୨୪୦୦ କୋଟି ଏବଂ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଦୁଇଟି ବ୍ୟାଗ ବାଣ୍ଟିବାରେ ୧୩୦୦ କୋଟି ଖର୍ଚ୍ଚ ପରି ବହୁ ବିଭାଗର ଖର୍ଚ୍ଚ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଓ ହାତୋତ୍ସାହିତ କରିଛି | ଲୋକଙ୍କ ଟ୍ୟାକ୍ସକୁ ଉନ୍ନତିରେ ଖର୍ଚ୍ଚ ନ କରି ନିଜ ଦଳର ପ୍ରସାର ପ୍ରଚାରରେ ବ୍ୟୟ କରିବାକୁ ବିରୋଧ କରିବାକୁ ବିରୋଧୀ ଦଳ ଗୋଟିଏ ପ୍ରକାର ନିଷ୍କ୍ରିୟ ବମ ପରି ଏଠି କାମ କରୁଛି | ରାଜ୍ୟ ସରକାର ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ସମୟରେ ନୂଆ ଓ କାର୍ଯ୍ୟକ୍ରମ କରି ମେଧାବୀ ଛାତ୍ର ଛାତ୍ରୀଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି କଲେ, କିନ୍ତୁ ସମସ୍ତ ମହାବିଦ୍ୟାଳୟର କର୍ମଚାରୀ ମାନେ କେବଳ ଅଳ୍ପ କାମ କରି ଫଟୋ ଉଠାଇ ମିଛ ବିଲ କାଗଜ ପତ୍ର କରି ଲକ୍ଷାଧିକ ଟଙ୍କା ପକେଟ ଉଷୁମ କଲେ | ମେଧାବୀ ଛାତ୍ର ବୃତ୍ତି ପ୍ରଦାନ ନାମରେ ଓଡିଶାର ସବୁ ମହାବିଦ୍ୟାଳୟର ପିଲାଙ୍କୁ “ନୂଆ ଓ ଛାତ୍ର ବୃତ୍ତି’ ଦେବା କେତେଦୂର ଠିକି ହୋଇଛି ! ଏହା ଦ୍ଵାରା ପିଲାମାନଙ୍କ ଭିତରେ ପ୍ରତିଯୋଗୀତା ମନୋଭାବ ରହିବ ନାହିଁ ବୋଲି ଶିକ୍ଷାବିତଙ୍କ ମତ ରହୁଛି |

