ପ୍ରଖ୍ୟାତ ଗଜଲ୍ ଗାୟକ ପଙ୍କଜ ଉଦାସ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଭକ୍ତି ସଙ୍ଗୀତ ସଂସଦ ସଭାଗୃହରେ ସ୍ୱର୍ଗତ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏହି ବୈଠକରେ ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ, ଗୁରୁ ରଘୁନାଥ ପାତ୍ର, ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ସ୍ୱର୍ଗତ ପଙ୍କଜ ଉଧାସଙ୍କ କାଳଜୟୀ ସଙ୍ଗୀତ ତାଙ୍କୁ ଅମର ରଖିବ ବୋଲି ମତ ପ୍ରକାଶ କରିଥିଲେ । ଏହି ଶୋକ ସଭାରେ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ମଧ୍ୟରେ ଶଶିଭୂଷଣ ପଟ୍ଟନାୟକ, ରାମଚନ୍ଦ୍ର ମିଶ୍ର, ଅରକ୍ଷିତ ଜେନା, ଶ୍ରୀମତି ବବିତା ପୁରୋହିତ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀମତି କଲ୍ୟାଣୀ ପଟ୍ଟନାୟକ, ଶ୍ରୀମତି ସୁନୀତା ଦାସ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ପଙ୍କଜ ଉଧାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭା କାର୍ଯ୍ୟ ଶେଷରେ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *