ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଏନ୍ ଏ ସି ଅଧିନସ୍ଥ ଆନନ୍ଦ ନଗର ଠାରେ ପ୍ରଭୁ ଶ୍ରୀଶ୍ରୀ ରାଧାକୃଷ୍ଣ ଙ୍କର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଏଥିରେ ଦୁଇ ଦିନାତ୍ମକ ହୋମ ଯଜ୍ଞ ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । କାର୍ଯ୍ୟସୂଚୀ ଅନୁଯାୟୀ ୨୮ ତାରିଖ ଦିନ ଅଙ୍କୁରାରୋପଣ କରାଯାଇଥିବା ବେଳେ , ୨୯ ତାରିଖରେ ସକାଳୁ ମାଆ ମାନଙ୍କ ଦ୍ୱାରା ମହାନଦୀ ରୁ କଳସ ଆଣି ସମଗ୍ର ବାଙ୍କୀ ବଜାର ପରିକ୍ରମା କରି ସାରିବା ପରେ ମନ୍ଦିର ନିକଟରେ ସ୍ଥାପନ କରାଯାଇଥିଲା । ଏହା ସହିତ ମା ଚର୍ଚ୍ଚିକା ଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ସଂନ୍ଧ୍ୟା ରେ ପୂର୍ଣ୍ଣାହୁତି ହୋଇ ଯଜ୍ଞ ସମ୍ପୂର୍ଣ୍ଣ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।

