କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗଛରେ ପିଟି ହେଲା ବୋଲେରୋ , ୩ ମୃତ ୪ ଗୁରୁତର । ଭାରସ୍ୟାମ ହରାଇ, ଗଛରେ ପିଟିଲା ବୋଲେରୋ , ଦୁର୍ଘଟଣାରେ 3 ମୃତ, 4ଗୁରୁତର । ବୋଲେରରେ ଥିଲେ 5 ଡ୍ରାମା କଳାକାର ।ସୂଚନା ମୁତାବକ ଗତକାଲି ରାତିରେ ଡ୍ରାମା ସାରି 5 କଳାକାର ଉକ୍ତ ବୋଲେରୋ ଯୋଗେ ନିଜ ଘରକୁ ଫେରୁଥିଲେ । ଭୋର ସମୟରେ ସଦର ଥାନା ଅନ୍ତର୍ଗତ ନରଣପୁର ଗ୍ରାମରୁ ଡ୍ରାମା ସାରି ଫେରୁଥିବା ସମୟରେ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଗଛରେ ପିଟିଥିବାରୁ ବୋଲେରୋ ଟି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ସେଥିରେ ଥିବା ଲୋକଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ! ଆଉ 4 କଳାକାର, ଡ୍ରାଇଭର ଏବଂ ଜଣେ ସାଧାରଣ ଲୋକ ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି ।
ଗଛରେ ପିଟି ହେଲା ବୋଲେରୋ , ୩ ମୃତ ୪ ଗୁରୁତର !!!

