ସ୍କୁଲ ଫିଟିବାରେ ବିଳମ୍ବ ଯୋଗୁଁ : ଉତ୍ତ୍ୟକ୍ତ ଗ୍ରାମବାସୀ ଫାଟକରେ ପକାଇଲେ ତାଲା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍କୁଲ ଫିଟିବାରେ ବିଳମ୍ବ ଯୋଗୁଁ , ଉତ୍ତ୍ୟକ୍ତ ଗ୍ରାମବାସୀ ଫାଟକରେ ପକାଇଲେ ତାଲା ! ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଦାବି ଜୋର ଧରିଲା ! ବାଙ୍କୀ ବ୍ଲକ ଶିକ୍ଷା ମଣ୍ଡଳ ଅଧିନସ୍ଥ ଗୋଳାଗଣ୍ଡ ପଂଚାୟତ ର ଭଗବତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ମନମାନୀ ଓ ସଠିକ ସମୟ ରେ ସ୍କୁଲ ର ମୁଖ୍ୟ ଫାଟକକୁ ନଖୋଲିବା କୁ ବିରୋଧ କରି ତାତିଲେ ଗାଁ ଲୋକେ. ସେପଟେ ରାସ୍ତା ଉପରେ ବୁଲିଲେ ଛାତ୍ର ଛାତ୍ରୀ. ଉତ୍ୟକ୍ତ ଗ୍ରାମ ବାସି ପ୍ରଧାନ ଶିକ୍ଷଜ ଙ୍କ ମନମାନୀ କୁ ବିରୋଧ କରି ପକ୍କାଇଥିଲେ ବିଦ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା. କିଛି ଘଣ୍ଟା ଚାପା ଉତେଜନା ଲାଗି ରହିଥିଲା. ଦୀର୍ଘ ୧ ଘଣ୍ଟା ରୁ ଉର୍ଦ୍ଧ ସମୟ ପିଲା ମାନେ ବାଙ୍କୀ ବୈଦେଶ୍ଵର ର ମୁଖ୍ୟ ରାସ୍ତା ଉପରେ ନିଜର ହକ ପାଇଁ ବସି ରହିଥିଲେ. ଅନ୍ୟପଟେ ଗ୍ରାମବାସୀ ସ୍କୁଲ ର ଅବ୍ୟବସ୍ଥା ଓ ପ୍ରଧାନ ଶିକ୍ଷକ ଦଣ୍ଡଧର ବେହେରା ଙ୍କ ମନମାନୀ କୁ ବିରୋଧ କରି ଫୋନ ଯୋଗେ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ! କିନ୍ତୁ କାହାର ଫୋନ ସେ ଉଠାନ୍ତି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସି. କାର୍ଯ୍ୟରତ ପ୍ରଧାନ ଶିକ୍ଷକ ନିଜର ଭୁଲ ସ୍ୱୀକାର କରିବା ସହିତ ଭବିଷ୍ୟତ ରେ ଏଭଳି ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶୃତି ଦେବା ପରେ ଫିଟି ଥିଲା ସ୍କୁଲ ମୁଖ୍ୟ ଫାଟକ ରୁ ତାଲା. ଏବେ ପରିସ୍ଥିତି ରହିଛି ସ୍ୱାଭାବିକ. ଯାହା ସୂଚନା ରହିଛି ପଂଚାୟତ ରାଜ ଦିବସ ପାଇଁ ବିଦ୍ୟାଳୟ ସକାଳ ୭ ଘଂଟିକା ସମୟ ରେ ଫଟିବା ର ନିଷ୍ପତି ନେଇଥିଲେ ଖୋଦ ପ୍ରଧାନ ଶିକ୍ଷକ. କିନ୍ତୁ ଛାତ୍ର ଛାତ୍ରୀ ଆସି ସକାଳ ୭ ଘଂଟିକା କୁ ଅପେକ୍ଷା କରି ରହିଥିଲେ କିନ୍ତୁ ଦୀର୍ଘ ୧ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଆସି ନ ଥିଲେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ର କୌଣସି କର୍ମଚାରୀ. ସ୍କୁଲ ଫାଟକ ରେ ପଡିଥିଲା ତାଲା. ଯେଉଁଥିପାଇଁ ଉତ୍ୟକ୍ତ ଗ୍ରାମବାସୀ ଓ ଅବିଭାବକ ମୁଖ୍ୟ ଫାଟକ ରେ ଆଉ ଏକ ତାଲା ପକ୍କାଇ ପ୍ରଧାନ ଶିକ୍ଷକ ଙ୍କ ମନମାନୀ ବିରୋଧ ରେ ନିଲମ୍ବନ ଦାବି କରିଥିଲେ !

 

Leave a Reply

Your email address will not be published. Required fields are marked *