ମହାନଦୀ ଗର୍ଭରୁ ତମ୍ବା ଓ ପିତଳ ନାଗମୂର୍ତ୍ତି , ବୃଷଭ ଏବଂ ହରପାର୍ବତୀ ଙ୍କ ବିଗ୍ରହ ଉଦ୍ଧାର !!!

0
229

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସୁବର୍ଣ୍ଣପୁର ମହାନଦୀ ବ୍ରିଜ ନିକଟରୁ ଉଦ୍ଧାର ହେଲା 108 ତମ୍ବା ଓ ପିତଳ ନାଗମୂର୍ତ୍ତି ! ମହାନଦୀ ଗର୍ଭରୁ ବୃଷଭ ଏବଂ ହରପାର୍ବତୀ ଙ୍କ ବିଗ୍ରହ ମଧ୍ୟ ଉଦ୍ଧାର ହୋଇଛି | ସୂଚନା ଅନୁଯାୟୀ ସ୍ଥାନୀୟ ବାସିନ୍ଦା ମହାନଦୀ ରେ ଗାଧୋଉଥିବା ବେଳେ ମହାନଦୀ ଗର୍ଭ ରେ ପାଣି ଭିତରେ ଏକ ବିରାଟ ତମ୍ବା ନାଗ ମୂର୍ତ୍ତି ଦେଖିବାକୁ ପାଇଥିଲେ ! ଉକ୍ତ ନାଗ ମୂର୍ତ୍ତି କୁ ଉଦ୍ଧାର କରିବାକୁ ଯାଇ ପାଇଛନ୍ତି 108 ନାଗ ମୂର୍ତ୍ତି | ଆଜିର ପବିତ୍ର ଦିନ ରେ ନାଗମୂର୍ତ୍ତି ଉଦ୍ଧାର ସ୍ଥାନୀୟ ବାସିନ୍ଦା ଙ୍କୁ ଆଚମ୍ବିତ କରିଥିବା ବେଳେ ଅଞ୍ଚଳରେ ଖେଳି ଯାଇଛି ଆଧ୍ୟାତ୍ମିକ ବାତାବରଣ | ଗ୍ରାମବାସି ଉକ୍ତ ବିଗ୍ରହ ଗୁଡିକୁ ଉଦ୍ଧାର କରିବା ସହ ଗାଁ କୁ ଆଣି ପୂଜାର୍ଚନା କରିବାରେ ଲାଗି ପଡିଛନ୍ତି | ଅନ୍ୟପଟେ ବାଙ୍କୀ ସୁବର୍ଣପୁର ବିଟ ର ପୋଲିସ ଅଧିକାରୀ ଘଟଣାସ୍ଥଳ ରେ ପହଞ୍ଚି, ଏତେ ସଂଖ୍ୟକ ବିଗ୍ରହ ମହାନଦୀ ଗର୍ଭ କୁ କିଭଳି ଆସିଲା ତାହାର ତଦନ୍ତ ଆରମ୍ଭ କରିଛନ୍ତି | ତଦନ୍ତ ସାରିବା ପର୍ଯ୍ୟନ୍ତ ଏହି ବିଗ୍ରହ ଗୁଡିକୁ ବାଙ୍କୀ ସୁବର୍ଣପୁର ଗାଁ ମଠ ରେ ରଖାଯିବ ବୋଲି ସ୍ଥାନୀୟ ଫାଣ୍ଡି ଅଧିକାରୀ ପ୍ରସନ କୁମାର ମାହାଳି ପ୍ରକାଶ କରିଛନ୍ତି |

LEAVE A REPLY

Please enter your comment!
Please enter your name here