ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଥାନା ଅନ୍ତର୍ଗତ କୁଶୁପଙ୍ଗି ଛକ ର ବଡ ଶଙ୍ଖ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ଭାରୀଯାନ ଧକ୍କା ରେ ୨ ମୃତ ! ସୂଚନା ଥାଉକି କଟକ ପଟୁ ଦ୍ରୁତ ଗତିରେ ରେ ଏକ ମିକ୍ଚର ମେସିନ ମିଲର ଗାଡି ଆସି ବାଇକ ଚାଳକ ଙ୍କୁ ଧକା ଦେଇଥିଲା ! ଯାହା ଫଳରେ ଘଟଣା ସ୍ଥଳ ରେ ଜଣ ଙ୍କର ଜୀବନ ଯାଇଥିବା ବେଳେ ଆଉ ଜଣ ଙ୍କୁ ଗୁରୁତର ଅବସ୍ଥା ରେ ୧0୮ ଆମ୍ବୁଲାନ୍ସ ଦ୍ୱାରା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା ! ଚିକିତ୍ସାଧୀନ ଅବସ୍ଥା ରେ ଯାଇଛି ଆଉ ଜଣକ ଜୀବନ ! ସେପଟେ ଭାରୀଯାନ ଗାଡି ଚାଳକ ଘଟଣା ସ୍ଥଳ ରୁ ମାରିଛି ଚମ୍ପଟ ! ଏବେ ବାଙ୍କୀ ପୋଲିସ ପହଂଚି ଉକ୍ତ ଭାରୀଯାନ କୁ ଜବତ କରିବା ସହିତ ଆରମ୍ଭ କରିଛି ତଦନ୍ତ ! ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ଯୁବକ ବଡମ୍ବା ଶଙ୍ଖାମେରୀ ଅଂଚଳର ଅଦୈତ ମହାନ୍ତି ଏବଂ ଶିବ ପ୍ରସାଦ ମହାନ୍ତି ବୋଲି ସୂଚନା ମିଳିଛି ! ବଡମ୍ବା ଶଙ୍ଖାମେରୀ ରୁ ଭୁବନେଶ୍ୱର ଯିବା ବାଟରେ କୁଶୁପଙ୍ଗି ଛକ ର ବଡ଼ଶଙ୍ଖ ନିକଟରେ ଘଟିଥିଲା ଦୁର୍ଘଟଣା ! ଏବେ କ୍ଷତିପୂରଣ ସାଙ୍ଗକୁ ଏଭଳି ଧକ୍କା ଦେଇ ଚମ୍ପଟ ମାରିଥିବା ଗାଡି ଚାଳକ ବିରୋଧ ରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ପରିବାର ପକ୍ଷରୁ ଦାବି ହୋଇଛି !
କୁଶୁପଙ୍ଗି ଛକ ବଡ ଶଙ୍ଖ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ !!!

