ପାରାଦ୍ଵୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ଜଗତସିଂହପୁର ଜିଲ୍ଲା କୁଜଙ୍ଗକୁ ଏନ୍ଏସି ଘୋଷଣା ହେବା ପରେ ଉତ୍ସବ ମୁଖର ହୋଇ ଉଠିଛନ୍ତି ଅଞ୍ଚଳ ବାସୀ । ବାଜା ବଜାଇ, ଵାଣ ଫୁଟାଇ, ମିଠା ଖୁଆଇବା ସହିତ କୁଜଙ୍ଗ ବଜାର ପରିକ୍ରମା କରି କୁଜଙ୍ଗ ବାସୀ ଖୁସି ମନାଇଛନ୍ତି । ଏଥିରେ ସ୍ଥାନୀୟ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସାମିଲ ହୋଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ କୁ ଶ୍ରେୟ ଦେଇଛନ୍ତି । କୁଜଙ୍ଗ ଏନ୍ଏସି ଘୋଷଣା ରୁ ପ୍ରଥମ ପର୍ଯ୍ୟାୟରେ ବାଦ୍ ପଡିବାରୁ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ କୁଜଙ୍ଗ ବଜାର ବନ୍ଦ ରଖିବା ସହିତ ସରକାର ଙ୍କୁ ଏକ ଦାବୀପତ୍ର ପ୍ରଦାନ କରା ଯାଇଥିଲା । କୁଜଙ୍ଗ ରେ ରାଜ୍ୟ ସରକାରଙ୍କ ବହୁ କାର୍ଯ୍ୟାଳୟ ଥିବା ବେଳେ ୧୦ରୁ ଅଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବୃହତ ବଜାର ରହିଛି । ଏହି ସମସ୍ତ ଭିତ୍ତିଭୂମି ଥିବାରୁ କୁଜଙ୍ଗ କୁ ଏନ୍ଏସି ଘୋଷଣା କରିବାକୁ ପ୍ରୟାସ ଜାରି ରହିଥିଲା । ପ୍ରୟାସ ଆଜି ସଫଳ ହୋଇଥିବାରୁ କୁଜଙ୍ଗ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏଥିପାଇଁ କୁଜଙ୍ଗ ଅଞ୍ଚଳ ବାସୀ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସମ୍ବିତ ରାଉତରାୟ ଙ୍କୁ ଶ୍ରେୟ ଦେଇଛନ୍ତି ।
ଜଗତସିଂହପୁର ଜିଲ୍ଲା କୁଜଙ୍ଗକୁ ଏନ୍ଏସି ଘୋଷଣା ପରେ ଖୁସି ର ମାହୋଲ !!!

