ଶଙ୍ଖାମେରୀ ଠାରୁ ମୁଗଗହୀର ପର୍ଯ୍ୟନ୍ତ ନଦୀବନ୍ଧ ଉନ୍ନତିକରଣ ପାଇଁ ଶିଳାନ୍ୟାସ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଶଙ୍ଖାମେରୀ ଠାରୁ ମୁଗଗହୀର ପର୍ଯ୍ୟନ୍ତ ନଦୀବନ୍ଧ ଉନ୍ନତିକରଣ ପାଇଁ ଶିଳାନ୍ୟାସ ! ଗୋପୀନାଥପୁର ଠାରେ ନଦୀବନ୍ଧ ଉନ୍ନତି କରଣ ପାଇଁ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବଡମ୍ବା ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ଉପାଧ୍ୟାକ୍ଷା ଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ, ସମିତି ସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ, ମୁଗଗହୀର ସରପଞ୍ଚ କଳ୍ପନା ଚୌଧୁରୀ, ସମିତି ସଭ୍ୟା ସୁନିତା ଚୌଧୁରୀ, ଶଙ୍ଖାମେରୀ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳ, ସମିତିସଭ୍ୟା ଚନ୍ଦ୍ରଭାମା ପଙ୍ଗାରି ଙ୍କ ସମେତ ଗୋପୀନାଥପୁର ପଞ୍ଚାୟତ ର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *