ନୟାଗଡ଼ ମଡେଲ୍ ମଣ୍ଡି ପାଇଁ ଶିଳାନ୍ୟାସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି ! ନୟାଗଡ଼ ଜିଲ୍ଲା ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ନିର୍ମାଣ ହେବାକୁ ଥିବା ମଡେଲ୍ ମଣ୍ଡି ପାଇଁ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର, ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ସମିତିସଭ୍ୟ ଦିଲ୍ଲୀପ କୁମାର ହାତୀ ପ୍ରମୂଖ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ତଥା ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ କର୍ଣ୍ଣଦେବ ସମାଦାର, ସମ୍ପାଦକ ସୁଦାମ ଚରଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୟାଗଡ଼ ବ୍ଲକ ଅନ୍ତର୍ଗତ ତୁଳସୀପୁର ମୈାଜାରେ ଏହି ମଡେଲ ମଣ୍ଡି ନିର୍ମାଣ ହେବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ୮ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ୩୨ ଟି ଗୋଦାମ ଗୃହ, ୧ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ବଡ଼ ଗୋଦାମ ଗୃହ ୨ ଟି, ଖଳା, କୃଷି ଜାତ ଦ୍ରବ୍ୟ ଗୁଣବତ୍ତା ଅନୁଯାୟୀ ପୃଥକ କରିବା ଗୃହ, ୩୦ ମେଟ୍ରିକ ଟନ ବିଶିଷ୍ଟ ଶୀତଳ ଭଣ୍ଡାର, ଓଜନ କଣ୍ଟା, କୃଷକ ସୂଚନା କେନ୍ଦ୍ର ଗୃହ, କୃଷକ ବିଶ୍ରାମ ଗୃହ, କ୍ୟାଣ୍ଟିନ୍‌, ନିଲାମ ଗୃହ, ମୁକ୍ତକାଶ ପିଣ୍ଢି, କାର୍ଯ୍ୟାଳୟ ଗୃହ, ଶୈାଚାଳୟ, ୬୦ ଫୁଟ ଚଉଡ଼ା ରାସ୍ତା ନିର୍ମାଣ କରାଯିବାକୁ ଯୋଜନା ରହିଛି । ଏହି ଅବସରରେ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ଚାଷୀ ଓ ବ୍ୟବସାୟୀଙ୍କ ଅର୍ଥନୈତିକ ଅଭିବୃଦ୍ଧି କରିବା ପାଇଁ ନୟାଗଡ଼ ମଡେଲ୍ ମଣ୍ଡି ଗୁରୁତ୍ୱ ବହନ କରିବ ବୋଲି କହିଛନ୍ତି । ଏହା ସହିତ ଏହି ମଣ୍ଡିରେ ଇ-ନାମ ଜରିଆରେ ବାହାର ବ୍ୟବସାୟୀ କିଣାବିକା କରିବା ପାଇଁ ବ୍ୟବସ୍ଥା ରହିବ । ନୟାଗଡ଼ ସହରର ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ ମଡେଲ୍ ମଣ୍ଡି ନିର୍ମାଣ କରାଯାଉଥିବା କହିଛନ୍ତି । ଏହି ଅବସରରେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ଠାରୁ ବିଧାୟକଙ୍କ ନେତୃତ୍ୱରେ ବିଶାଳା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶହ ଶହ ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ଉକ୍ତ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *