ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କ୍ୟାଣ୍ଟନମେଣ୍ଟ ରୋଟାରୀ କ୍ଲବ ଓ କିଟ ବିଶ୍ଵବିଦ୍ୟାଳୟ ଡେଣ୍ଟlଲ ସାଇନ୍ସ ମିଳିତ ଆନୁକୁଲ୍ୟରେ କଟକ ସଦର ୪୨ମୌଜା ରାଉତରାପୁର ସ୍ଥିତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି ! ଶିବିରରେ ଶହେ ଜଣ ଗ୍ରାମବାସୀ ଦନ୍ତ ଚିକିତ୍ସା କରିଥିଲେ । ସମାଜସେବୀ ପ୍ରଫେସର ଡକ୍ଟର କଳିମୁଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ l କିଟ ବିଶ୍ଵବିଦ୍ୟାଳୟର ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରିଥିଲେ l ଶିବିରରେ ସଭାପତି ରୋଟାରିଆନ ତବସୁମ ଅକତାର , ସଂପାଦକ ରୋଟାରିଆନ ସୁଭ୍ରା ମହାନ୍ତି, ରୋଟାରିଆନ କାଫିଲୁଲ ବାରି ଖାନ, ପ୍ରଭାତ କୁମାର ମିଶ୍ର, ନିହାର ରଞ୍ଜନ ମହାନ୍ତି, ମିନତି ମିଶ୍ର, ଟୁନା ବି. ପ୍ରଧାନ, ସସ୍ମିତା ସ୍ୱରୂପ ସାମଲ ପ୍ରମୁଖ ଯୋଗ ଦେଇଥିଲେ l ରୋଟାରିଆନ ବିଶ୍ୱଜିତ୍ ସେନାପତି ଶିବିର ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *