ଓଡ଼ିଆ ଯାତ୍ରାରେ ତାଳବସ୍ତର ପୁଅ ମଣ୍ଟୁ ଭୋଇ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡ଼ିଆ ଯାତ୍ରା ଜଗତ ପାଈଁ ବାଙ୍କୀ ମାଟିର ବହୁତ ଅବଦାନ ରହିଛି |ପୂର୍ବସୁରୀ ମାନଙ୍କୁ ଦେଖିବାକୁ ଗଲେ ସର୍ବାର୍ଗେ ସ୍ବର୍ଗତ ଚଳଚିତ୍ର ତଥା ମୁକ୍ତନାଟକ ମଞ୍ଚ ଅଭିନେତା ହେମନ୍ତ ଦାସ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ନୃତ୍ୟଗୁରୁ ଗୋପୀକୃଷ୍ଣ ବେହେରାଙ୍କ ପରି ବହୁ ଯୋଗଜନ୍ମା ପ୍ରତିଭା ରହିଛନ୍ତି |ବର୍ତମାନ ସମୟରେ ବନ୍ଦ ହୋଇଥିବା ଯାତ୍ରା ଅନୁଷ୍ଠାନ ଜଗଦ୍ଧାତ୍ରୀ ଅପେରାର ନାଟକ, ସଂଗୀନୀରେ ରାସ ରଙ୍ଗୀନ “ରେ ଗୋପୀକୃଷ୍ଣ ବେହେରା ନୃତ୍ୟ ନିର୍ଦେଶନା ସହିତ ଅଭିନୟ ମଧ୍ୟ କରି ଦର୍ଶକଙ୍କୁ ବିମୋହିତ କରିପାରିଥିଲେ | ସେହି ବାଙ୍କୀ ମାଟିର ଡମପଡା ବ୍ଲକର ତାଳବସ୍ତ ଗ୍ରାମପଞ୍ଚାୟତ ରାଉତରାପୁର ଗ୍ରାମର ପୁଅ ମଣ୍ଟୁ ଭୋଇ ଏବେ ଯାତ୍ରା ଜଗତକୁ ଉଭୟ ନିଶା ଓ଼ ପେଶା ବନାଇ ଚର୍ଚାରେ ଅଛନ୍ତି | ସ୍ୱଳ୍ପ ଶିକ୍ଷା କି ଗରିବ ପଣିଆ ତାଙ୍କ କଳାକାର ଜୀବନରେ ପ୍ରତିବନ୍ଧକ ସାଜିନାହିଁ |ଗାଁ ର ବଣମଲ୍ଲୀ ଗାଁ ମୁଲକରେ ଫୁଟି ମଉଳିବା ଆଗରୁ ସମଗ୍ର ଓଡିଶାରେ ତାର ବାସକୁ ଚହଟେଇ ପାରିଛି | ରାଉତରାପୁର ଗୋପବନ୍ଧୁ ନଗରର ଗଙ୍ଗାଧର ଭୋଇ ଏବଂ ମମତା ଭୋଇଙ୍କ ପୁଅ ମଣ୍ଟୁ ଭୋଇ ଛୁଆଟି ବେଳୁ ନୃତ୍ୟ ପ୍ରତି ଆକର୍ଷିତ ହୋଇ ଦଶମ ପଢା ପରେ ଆଉ ଆଗକୁ ନ ପଢି ଯାତ୍ରା ଜଗତରେ ପାଦ ଦେଇଥିଲେ | ପ୍ରଥମେ ଯାତ୍ରା ମହିମା, ଯାତ୍ରା ଦରକାରରେ ରହି ନିଜର କଳାକୁ ଦେଖାଇବା ପରେ ବର୍ତ୍ତମାନ ଓଡିଶାର ବଡ଼ ଓ଼ ସର୍ବପୁରାତନ ଯାତ୍ରା ଅନୁଷ୍ଠାନ ଶ୍ରୀମା ଵା ଣେଶ୍ୱରୀ ଗଣନାଟ୍ୟରେ ନିଜର ନୃତ୍ୟ ପ୍ରଦର୍ଶନ ଜାରିରଖିଛନ୍ତି | ଯାତ୍ରାରେ ଛୁଟି ନଥିବା ବେଳେ ଡ୍ୟାନ୍ସର ମଣ୍ଟୁ ଭୋଇ ବଡଦିନ ଛୁଟିରେ ଅଳ୍ପ ସମୟ ଘରକୁ ଆସିଥିବା ବେଳେ ଆମ ପ୍ରତିନିଧିଙ୍କୁ ସାକ୍ଷାତ କରି ଯାତ୍ରାର ସୁଖଦ ଅନୁଭୂତିକୁ ବଖାଣି ଥିଲେ | ସାମ୍ପ୍ରତିକ ସମୟର ବାଦବିବାଦ ଠାରୁ ଦୁରେଇ ରହି ତୁମ ଭିତରେ ଥିବା ଈଶ୍ୱର ପ୍ରଦତ୍ତ କଳାକୁ ସକାରାତ୍ମକ ଦିଗରେ ପ୍ରଦର୍ଶନ କରି ଲୋକଙ୍କୁ ମନୋରଞ୍ଜନ କରାଇପାରିବା ହିଁ ପ୍ରକୃତ ଅଭିନୟ ବୋଲି ମଣ୍ଟୁ କୁହନ୍ତି | ମାଷ୍ଟର ଗନ୍ଧର୍ବ ଏବଂ ଗଣେଶ ସାର ହେଉଛନ୍ତି ମଣ୍ଟୁଭୋଇଙ୍କ ପ୍ରଥମ ନୃତ୍ୟ ଗୁରୁ | ୧୯୯୯ ମସିହା ମାର୍ଚ୍ଚ ୧୦ ତାରିଖରେ ଜନ୍ମ ହୋଇଥିବା ମଣ୍ଟୁ ଭୋଇ ପଦନପୁରସ୍ଥ ବରେନ୍ଦ୍ର ପାତ୍ର ଉଚ୍ଚ ବିଦ୍ୟାପୀଠରେ ଦଶମ ପର୍ଯ୍ୟନ୍ତ ପଢିଛନ୍ତି |ମଣ୍ଟୁ ଭୋଇଙ୍କ ପରେ ସେହି ଗାଁ ର ଆଉ ଦୁଇଜଣ କଳାକାର ଗଣେଶ୍ୱର ସାମଲ, ରିଙ୍କୁ ଭୋଇ,ମଧ୍ୟ ଡମପଡା ମାଟିର ଯାତ୍ରା କଳାକାରରେ ନାମକୁ ଯୋଡି ନିଜ ଅଂଚଳକୁ ସୁଗନ୍ଧ ବାସରେ ପ୍ରସ୍ଫୁଟିତ କରି ଗର୍ବିତ କରିପାରିଛନ୍ତି |

Leave a Reply

Your email address will not be published. Required fields are marked *