ମହିଳା ଓ ଶିଶୁ ଡେସ୍କ ବୈଠକ ଅନୁଷ୍ଠିତ !!!

0
98

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ମହିଳା ଓ ଶିଶୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ଭୂପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍. ଆଇ. କୌତୁକ ସେଠୀ, ତଥା ସଭ୍ୟ / ସଭ୍ୟା ଭାଗବତ ପାଢୀ, ଭାଗ୍ୟଲକ୍ଷ୍ମୀ ନାୟକ, କେ. ସୁନୀତା ଯୋଗଦାନ କରିଥିଲେ । ଗଜପତି ଜିଲ୍ଲାରେ ବିଭିନ୍ନ ସମସ୍ୟା ଯଥା କନ୍ୟା ଚାଲାଣ , ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା । ଶିଶୁ ଅଧିକାର ଓ ଆଇନ ଉପରେ ତର୍ଜମା କରାଯାଇଥିଲା । ଆଗାମୀ ଦିନରେ ପାରଳାଖେମୁଣ୍ଡି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଗଲା । ଥାନାର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here