ହରିପୁର ସ୍ଥିତ ପୀଠଣିଆ ମା ଙ୍କ ପୀଠରୁ ଚୋରି !!!

0
232

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ସ୍ଥିତ ପୀଠଣିଆ ମାଙ୍କ ପୀଠରୁ ଚୋରି । ସୂଚନା ମୁତାବକ ହରିପୁର ସ୍ଥିତ ପୀଠଣିଆ ମାଙ୍କ ପୀଠରୁ ମଙ୍ଗଳାବର ବିଳମ୍ବିତ ରାତିରେ କେହି ଅଜଣା ଲୁଟେରା ମା ଙ୍କ ଦାନ ବାକ୍ସକୁ ଭାଙ୍ଗି ଟଙ୍କା ଚୋରି କରି ନେଇଛି । ବୁଧବାର ସକାଳ 7 ଘଟିକା ସମୟରେ ମନ୍ଦିର ପୂଜାରୀ ପୂଜା କରିବାକୁ ଯିବା ସମୟରେ ଏହି ଚୋରି ଦୃଶ୍ୟ ଦେଖି ତୁରନ୍ତ ଗ୍ରମବସୀଙ୍କୁ ଜଣାଇଥିଲେ । ହରିପୁର ଗ୍ରାମବାସୀ ସୂଚନା ପାଇ ମନ୍ଦିରରେ ପହଞ୍ଚି ଚୋରି ଘଟଣା ଦେଖି ଏବେ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି । ଲୁଟେରା ମାନେ ମାଙ୍କ ଦାନ ବାକ୍ସରୁ ପାଖାପାଖି 60 ହଜାର ଟଙ୍କା ଲୁଟି ନେଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି !

LEAVE A REPLY

Please enter your comment!
Please enter your name here