ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୂ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର୍ ପରିସରରେ ଜାତୀୟ ପଖାଳ ଦିବସ ଭାଗବତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହରିମୋହନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଭାରତୀ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ ମନୋଜ ପଟ୍ଟନାୟକ, ପ୍ରଗତି ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ସମ୍ପାଦକ ତନୁଜା ଶତପଥୀ ମଞ୍ଚାସୀନ ଥିଲେ । ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରାଯାଇ ପଖାଳର ଚାହିଦା ଆଞ୍ଚଳିକ ସ୍ତରରୁ ବିଶ୍ଵ ଦରବାର ରେ କିଭଳି ରୁଚିବୋଧ ଓ ସମ୍ମାନିତ ହୋଇଛି ସେ ସମ୍ପର୍କରେ ବକ୍ତା ମାନଙ୍କର ପ୍ରାଞ୍ଜଳ ଉତ୍ତର ଥିଲା । ଉତ୍କଳୀୟ ପରମ୍ପରା ଏବଂ ସଂସ୍କୃତିର ପଖାଳ କଂସା ବାସ୍ତବରେ ଋଚିବୋଧ ଏବଂ ଏକତାର ଏକ ଜ୍ୱଳନ୍ତ ନମୁନା ପଖାଳ ପ୍ରସ୍ତୁତି, କାଞ୍ଜି ପ୍ରସ୍ତୁତି, ଶାଗଭଜା ପ୍ରସ୍ତୁତି ଏବଂ ତର୍କ ପ୍ରଭୃତି ପ୍ରତିଯୋଗିତା ହୋଇଥିଲା । ଛାତ୍ରୀ ଏବଂ ଗୃହିଣୀ ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ଶେଷରେ ପାୟଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ପଖାଳ ଦିବସ ପାଳିତ !!!

