ପାରଳାଖେମୁଣ୍ଡି ବନଖଣ୍ଡରେ ବିଶ୍ୱ ବନ ଦିବସ ପାଳିତ !!!

0
162

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟରେ ବିଶ୍ୱବନ ଦିବସ ପାଳିତ ହୋଇଯାଇଛି Iଏହି ଅବସରରେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ,ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ , ଶ୍ରୀମତୀ ସାଇନ ଶ୍ରୀ ଦାଶ ଏବଂ ମୋହନା ବ୍ଲକ ପୋଈପାଣି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କରୁଣା କର ରାଇକା ପ୍ରମୁଖ ଉପସ୍ଥିତ ଥିଲେ I ଏଥିରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲ, ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପୋଈପାଣି ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ବିଶ୍ୱ ବନ ଦିବସ ଅବସରରେ ଆଜିର ବିଷୟବସ୍ତୁ ” ଜଙ୍ଗଲ ଓ ତାର ଅଭିନବୀକରଣ ” ଉପରେ ଆଲୋକପାତ କରାଯାଇଥିଲା।ଜଙ୍ଗଲକୁ କିପରି ସୁରକ୍ଷା କରିବା, କିପରି ଅଭିନବ ରୂପରେ ରକ୍ଷଣାବେକ୍ଷଣ ଓ ସୁପରିଚାଳନା କରାଯାଇପାରିବ ଏବଂ ଜଙ୍ଗଲକୁ ଧ୍ବଂସ ନ କରି ନୂତନ ଉପାୟରେ କିପରି ଜଙ୍ଗଲ ସୃଷ୍ଟି କରାଯାଇପାରିବ ସେହି ବିଷୟରେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ I ଜଙ୍ଗଲକୁ କିପରି ସୁରକ୍ଷା ଓ ଜଙ୍ଗଲରୁ ଆମେ କଣ କଣ ପାଇଥାଉ, ଜଙ୍ଗଲ ଦ୍ୱାରା ଆମର କଣ ଉପକାରିତା ମିଳେ, ଆଜିକା ଦିନରେ ପିଲାଟିଏ ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ଜନ୍ମ ବାର୍ଷିକୀ ଉତ୍ସବରେ ଗୋଟିଏ ଗଛ ଲଗାଇବା ସେ ବିଷୟରେ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଇସା ଲିମା କହିଥିଲେ I ବିଶ୍ୱ ବନ ଦିବସ ଅବସରରେ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଯୋଗୁଁ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ପୋଈପାଣି ପ୍ରାଥମିକ ବିଦ୍ୟାଳୟ କୁ ସରକାରଙ୍କ ତରଫରୁ ୧୦,୦୦୦/- ଚେକ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।ସେହିପରି ଜଙ୍ଗଲ,ବନ୍ୟଜନ୍ତୁଙ୍କ ସୁରକ୍ଷା, ବୃକ୍ଷରୋପଣ,ବେଆଇନ କାଠଚୋରା ଚାଲାଣ,ବେଆଇନ ଶିକାର ଇତ୍ୟାଦି ରୋକିବା ଏବଂ ଜନ ସାଧାରଣ ଙ୍କୁ ସାହାଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପାରଳାଖେମୁଣ୍ଡି ବନଖଣ୍ଡର ବନପାଳ ଶ୍ରୀ ଦେବାଶିଷ ଶତପଥୀ, ଶ୍ରୀ P. ଭେଙ୍କଟ ରମଣ, ଶ୍ରୀ ଦୁର୍ଯ୍ୟଧାନ ଜେନା, ବନରକ୍ଷୀ ଶ୍ରୀମତୀ ସୁମିନା ଗମାଙ୍ଗଙ୍କୁ ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ସମ୍ମାନିତ କରିଥିଲେ I ଜଙ୍ଗଲ ରକ୍ଷଣାବେକ୍ଷଣ ଓ ପରିଚାଳନା, ଜଙ୍ଗଲ ପେଟ୍ରୋଲିଙ୍ଗ,ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ଥିବା ୧୨ ଜଣ ଜଙ୍ଗଲ ସୁରକ୍ଷା କର୍ମୀଙ୍କୁ ସମ୍ମାନିତ କରିଥିଲେ।ସେହିପରି ବନ ଖଣ୍ଡରେ କାର୍ଯ୍ୟରତ ସମସ୍ତ ଡାଟା ଏଣ୍ଟ୍ରି ଅପେରେଟରଙ୍କୁ ସେମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟ ହୋଇ ସମସ୍ତଙ୍କୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ସମ୍ମାନିତ କରିଥିଲେ Iବିଶ୍ୱ ବନଦିବସ ଅବସରରେ ବନଖଣ୍ଡରେ ୭ ଗୋଟି ବନାଞ୍ଚଳ ଯଥା ଦେବଗିରି, କାଶୀନଗର, ମହେନ୍ଦ୍ର, ରାମଗିରି, ରା.ଉଦୟଗିରି, ମୋହନା, ଚନ୍ଦ୍ରଗିରିରେ ବନାଞ୍ଚଳ ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ବନପାଳ ଶ୍ରୀ P.ଭେଙ୍କଟ ରମଣ, ଶ୍ରୀ ସନ୍ତୋଷ କୁମାର ପରିଛା, ବନରକ୍ଷୀ ଶ୍ରୀ ପ୍ରସାଦ ନାୟକ, ଜଙ୍ଗଲ ସୁରକ୍ଷା କର୍ମୀ ଆକାଶ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥଲେ I ଶେଷରେ ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here