ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ର ଚତୁର୍ଥ ପର୍ଯ୍ୟାୟ ଓ କଣ୍ଢେଇ ଦିବସ ପାଳିତ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ଓ କଣ୍ଢେଇ ଦିବସ ପାଳିତ ହୋଇଯାଇଛି । ଶିଶୁ ବାଟିକା ବିଭାଗ ଶୈକ୍ଷିକ ସଂଯୋଜକ ଲୋକନାଥ ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଔପଚାରିକ ଓ ଅନୌପଚାରିକ ଶିକ୍ଷା ବିଷୟରେ ଉପସ୍ଥିତ ମାତା ପିତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଂକୁଳ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଲିଲି ଗୁରୁମା ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ବିଭାଗର ଗୁରୁଜୀ ଗୁରୁମା ଙ୍କ ଦ୍ୱାରା ହିନ୍ଦୁ ରୀତିନୀତି କିପରି ଜନ୍ମଦିନ ପାଳନ କରାଯାଏ ସେ ବିଷୟରେ ଜନ୍ମଦିନ ପାଳନ କରାଯାଇଥିଲା । ଶେଷରେ ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୭୮ ଜଣ ନୂତନ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । କଣ୍ଢେଇ ଦିବସ ପାଳନ ଅବସରରେ ୨୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ତୂଳା, ମାଟି, କପଡ଼ା ଓ କାଠରେ ତିଆରି କଣ୍ଢେଇ ଗୁଡିକ ପ୍ରଦର୍ଶିତ ହୋଇଥିଲା ଏହି ପ୍ରଦର୍ଶନ ରେ ଶିଶୁ ବାଟିକା ବିଭାଗର ଭାଇ ଭଉଣୀ ଓ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *