ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ମେସ୍କୋ ପ୍ଲାଣ୍ଟ ନିକଟରେ ବାଇକକୁ ପିଟିଲା ଟ୍ରକ । ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ସମୟରେ ଅନ୍ୟ ଜଣେ ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ! ସୂଚନା ମୁତାବକ ଏକ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ମେସ୍କୋ ପ୍ଲାଣ୍ଟ ନିକଟରେ ଏକ ଟ୍ରକ ସହିତ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହି ତିନ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ସ୍ଥାନୀୟ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମେସ୍କୋ ପ୍ଲାଣ୍ଟ ନିକଟରେ ବାଇକ କୁ ପିଟିଲା ଟ୍ରକ : ତିନି ମୃତ !!!

