ନୟାଗଡ ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଆମର ପ୍ରିୟ ନେତା ଶରତ ପଟ୍ଟନାୟକ ରାଜ୍ୟ ବାସୀଙ୍କ ପାଇଁ କଂଗ୍ରେସ ର ଦଶ ଦଫା ଗ୍ୟାରେଣ୍ଟି କାର୍ଡ କୁ ନୟାଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଉନ୍ମୋଚନ କରିଛନ୍ତି l ନୟାଗଡ ଜିଲ୍ଲା ବାସୀ ଙ୍କ ପାଇଁ ନୟାଗଡ ରେ ନୂଆ ଚିନିକଳ ସ୍ଥାପନ ଗ୍ୟାରେଣ୍ଟି ସହ ରାଜ୍ୟ ବାସୀଙ୍କୁ କଂଗ୍ରେସ ଦଳର ୯ ଗ୍ୟାରେଣ୍ଟି ମଧ୍ୟରେ ୧. ଗୃହ ଜ୍ୟୋତି ଯୋଜନା ରେ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପୋଭୋକ୍ତା ଙ୍କ ପାଇଁ ୨୦୦ ୟୁନିଟ ବିଜୁଳି ଦେୟ ଛାଡ଼, ୨. ଯୁବବିକାଶ ଯୋଜନା ରେ ରାଜ୍ୟର ୫ ଲକ୍ଷ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହିତ ମାସିକ ୩000 ଟଙ୍କା ବେକାରୀ ଭତ୍ତା, ୩. କୃଷକ ବନ୍ଧୁ ଯୋଜନା ରେ ବୋନସ ସହିତ ଧାନ ର ମୂଲ୍ୟ କୁଇଣ୍ଟାଲ ପ୍ରତି ୩000 ଟଙ୍କା, କୃଷକ ମାନଙ୍କ ପାଇଁ ମାସିକ ୨000 ଟଙ୍କା ପେନସନ ଏବଂ କୃଷି ଋଣ ଛାଡ଼, ୪. ଗୃହଲଷ୍ମୀ ଯୋଜନା ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ ୨000 ଟଙ୍କା, ଆଦିବାସୀ-ଦଳିତ ମହିଳାଙ୍କୁ ମାସିକ ୩000 ଟଙ୍କା ଭତ୍ତା ଏବଂ ମାସକୁ ୫00 ଟଙ୍କାରେ ଗ୍ୟାସ ସିଲିଣ୍ଡର, ୫. ଜନକଲ୍ୟାଣ ଯୋଜନା ରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମାଧ୍ୟମ ରେ ମାଗେଣା ଚିକିତ୍ସା ବ୍ୟବସ୍ଥା, ୬.ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ମାସିକ ୨000 ଟଙ୍କା, ୭.ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ୮.ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭%ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ୯. ଆଦିବାସୀ ଓ ଦଳିତ ବର୍ଗଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର, ୧୦. ୧00ଦିନ ମଧ୍ୟରେ ପେସା ଆଇନ କୁ କଡାକଡି ଭାବେ ଲାଗୁ କରାଯିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ l
ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ସତ୍ୟବ୍ରତ ନାୟକ ଙ୍କୁ ଜିଲ୍ଲା ସଭାପତି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଗ୍ୟାରେଣ୍ଟି କାର୍ଡ କୁ ଅନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ l ଜିଲ୍ଲାର ରଣପୁର, ଦଶପଲ୍ଲା ଏବଂ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଅନୁରୂପ ଗ୍ୟାରେଣ୍ଟି ଉନ୍ମୋଚନ କାର୍ଯ୍ୟକ୍ରମ ହୋଲି ପରେ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି !

Leave a Reply

Your email address will not be published. Required fields are marked *