ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଭାଜପାକୁ ଝଟ୍କା । ଭାଜପା ନେତ୍ରୀ ଇରାନୀ ରାୟ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ଯୋଗ ଦେଇଛନ୍ତି । ଶତାଧିକ ସମର୍ଥକଙ୍କ ସହିତ ସେ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି । ଏମ୍ ପି ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ଏମ୍ ପି ସଶ୍ମିତ ପାତ୍ର ମଧ୍ୟ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ । କିଛି ଦିନ ସେ ତଳେ ଭାଜପା ଛାଡିଥିଲେ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ । ତେବେ ବିଜେଡିରେ ମିଶିଲା ପରେ ଇରାନୀ ଭାଜପା ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ନୟାଗଡ଼ରେ ଭାଜପା ପାଇଁ ଅନେକ କିଛି କରିଛି । ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି । ମୋ ସହିତ ଅନ୍ୟାୟ ହୋଇଛି !
ଶଙ୍ଖ ଫୁଙ୍କିଲେ ଇରାନୀ ରାୟ !!!

